Related Contents

ମୁରିବାହାଲରେ ବିଧାୟକ କୁକୁ ସିଂଙ୍କୁ ସମ୍ବର୍ଦ୍ଧନା ସହିତ ପ୍ରସ୍ତୁତି ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୦୫/୦୬): ମୁରିବାହାଲ ଫରେଷ୍ଟ ଆଇ ବି ଠାରେ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା |

ଏହି ସମ୍ବର୍ଦ୍ଧନା ସଭାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା |ମୁରିବାହାଲ ବ୍ଲକରେ ଦୁର୍ନୀତି ହେଉଥିବା ଓ ମୁରିବାହାଲ ଥାନା ପୁଲିସ ଦମନ ଲୀଳା ଜାରି ରଖିଥିବା କଂଗ୍ରେସ ସହ ଅଭିଯୋଗ କରିଛି | ଏହାର ପ୍ରତିବାଦରେ ଆସନ୍ତା ଶୁକ୍ରବାର (୭ତାରିଖ) ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ଅଫିସ ଓ ଥାନା ଘେରାଉ କରାଯିବା ପାଇଁ ନିଷ୍ପତି ନିଆଯାଇଛି | ଏହି ସମ୍ବର୍ଦ୍ଧନା ଉତ୍ସବରେ ହଳଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, ବ୍ଲକ ସଭାପତି ପ୍ରଫୁଲ ବଘାର, ମାଲିସିରା ସମିତି ସଭ୍ୟ ଅନିଲ କୁମାର ଜୈନ, କୃଷ୍ଣ ଚନ୍ଦ୍ର ପଧାନ, ଯଦୁପତି ଅଗସ୍ତି, ଟୁନାମଣି ମହାନନ୍ଦ, କୈଳାଶ ପ୍ରଧାନୀ, ହଳଦୀ ଜୋନ ସଭାପତି ବିରାଜ ପୁଟେଲ, ଜିଲା ପରିଷଦ ସଭ୍ୟ ବେଲାରସେନ ବେହେରା, ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |

Comments are closed.