Related Contents

ନବରଙ୍ଗପୁର ଆୟପ୍ପା ସେବା ସଂଘ ପକ୍ଷରୁ ଅତ୍ୟାଧୁନିକ ସ୍ୱର୍ଗରଥ ଲୋକାର୍ପଣ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୦୬/୦୬): ଜିଲ୍ଲା ଆୟପ୍ପା ସେବା ସଂଘ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ଅତ୍ୟାଧୁନିକ ସ୍ୱର୍ଗରଥ ବା ଶବ ବାହକ ଗାଡ଼ି ଜିଲ୍ଲାବାସୀ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୟନ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସମ୍ମାନୀତ ଅତିଥି ରୂପେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ସ୍ୱର୍ଗରଥ ଲୋକର୍ପଣ କରିଥିଲେ ।

ପ୍ରଥମ ଥର କରି ଜିଲ୍ଲାରେ ଏହି ପରି ଶବବାହକ ଗାଡି ଲୋକମାନଙ୍କ ସେବାରେ ବହୁ ସହାୟକ ହେବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ୧୧ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଯନ୍ତ୍ରପାତିରେ ଏହି ସ୍ୱର୍ଗରଥ ନିର୍ମାଣ କରାଯାଇଛି । ଗରିବ ଲୋକମାନଙ୍କ ପାଇଁ ମାଗଣାରେ ଏହି ସେବା ଯୋଗାଇ ଦିଆଯିବା ବେଳେ ଗାଡ଼ିର ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଧନୀ ଶ୍ରେଣୀର ଲୋକ ମାନଙ୍କ ନିମନ୍ତେ ସ୍ୱର୍ଗରଥ ୧୫୦୦ ଶହ ଟଙ୍କା ଓ ଶୀତ ତାପ ନିୟନ୍ତ୍ରଣ ଶବ ସଂରକ୍ଷଣ ବକ୍ସ ୧୦୦୦ ଟଙ୍କାରେ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯିବ ବୋଲି ସଙ୍ଘର ସଭାପତି ଭି .ରାଜା ରେଡ୍ଡୀ କହିଛନ୍ତି । ଜିଲ୍ଲାରେ ଆୟପ୍ପା ସେବା ସଙ୍ଘର ଏପରି ମହାନ କାର୍ଯ୍ୟକୁ ଜିଲ୍ଲାର ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି । ଆଜିକୁ ପ୍ରାୟ ୨୦ବର୍ଷ ଧରି ନିରନ୍ତର ଭାବେ ସଙ୍ଘ ଗରିବ ଲୋକମାନଙ୍କ ସେବା କରିଆସୁଛି ।

ବିଭିନ୍ନ ସମୟରେ ଅତି ନିରହ ଗରିବ ପରିବାର ଝିଅ ମାନଙ୍କ ବିବାହ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଓ ୫୦ ଜଣ ଗରିବ ପରିବାରର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ଗରିବ ଅନ୍ଧ, ମୁକ ଓ ବଧିର ପିଲାମାନଙ୍କ ପାଠ ପଢା ପାଇଁ ଆବଶ୍ୟକ ଜିନିଷପତ୍ର ଓ ଆର୍ଥିକ ସହାୟତା ସଙ୍ଘ ପକ୍ଷରୁ ଯୋଗାଇ ଦେଉଥିବା ସଙ୍ଘର ସାଧାରଣ ସମ୍ପାଦକ ଭି. ପ୍ରସାଦ ରାଓ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହର ବିଶିଷ୍ଟ ବ୍ୟକ୍ତି ଗଣ ଯୋଗ ଦେଇଥିଲେ |

Comments are closed.