ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ ର ଶୁଭାରମ୍ଭ

0
149
ଜିଲ୍ଲା ବରିଷ୍ଠ ନାଗରିକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୦/୦୬) : ବୌଦ୍ଧ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ ର ଶୁଭାରମ୍ଭ କରିଥିଲେ ।WhatsApp Image 2022 06 21 at 9.46.10 AM ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ ର ଶୁଭାରମ୍ଭ

ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଖି ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାହାରି, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କଂହର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରସୀ ପଣ୍ଡା, ସିଡିପିଓ ମିନତୀ ଦେଉ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତ।କାନ୍ତି ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶ୍ଵ ଜୀବନ ସେବା ସଂଘ ର କର୍ମକର୍ତ୍ତା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ସତ୍ୟବ୍ରତ ସାହୁ, ମିଥିଲେସ ସାହୁ ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।