Advertisements
Saturday, July 4, 2020
Home Cultural & Festival ରାଜଗାଙ୍ଗପୁରରେ ଧୁମ୍ ଧାମରେ ଇଦ ପାଳନ

ରାଜଗାଙ୍ଗପୁରରେ ଧୁମ୍ ଧାମରେ ଇଦ ପାଳନ

ରିପୋର୍ଟ: ରାଜେଶ କୁମାର ଜେନା
ରାଜଗାଙ୍ଗପୁର(୦୫/୦୬): ରାଜଗାଙ୍ଗପୁରର ବିଭିନ୍ନ ସ୍ଥାନରେ ପବିତ୍ର ଇଦୁଲ ଫିତର ପର୍ବ ପାଳନ ହୋଇଛି । ରମଜାନ ମାସର ଉପବାସ ପରେ ଚନ୍ଦ୍ର ଦର୍ଶନ କରି ଆଜି ଆନନ୍ଦ ଉଲ୍ଲାସ ରେ ପାଳନ ହୋଇଥିଲା ।

ଏହି ଅବସରରେ ମଧ୍ୟ ନମାଜ ପାଠ ମଧ୍ୟରେ ଇଦଗା ମସଜିଦ, ଜମା ମସଜିଦ, ମକଗୁଳ ମସଜିଦ, ଗୋସିଆ ମସଜିଦ୍ ରେ ମୌଳାନାଙ୍କ ଦ୍ଵାରା ନମାଜ ପାଠ କରାଯାଇଥିଲା । ନମାଜ ପାଠ ପରେ ପଶ୍ଚିମ ଓଡିଶାରେ ପ୍ରସିଦ୍ଧ ଲାଲବାଵ ପୀଠରେ ପୂଜାର୍ଚ୍ଚନା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରଖ ଜଣାଇଥିଲେ । ଏହି ଇଦୁଲ ଫିତର କାର୍ଯ୍ୟକ୍ରମ ବିଭିନ୍ନ ଧର୍ମର ବ୍ୟକ୍ତି ମାନେ ସହଯୋଗ କରି ଇଦ ମୁବାରଖର ଶୁଭେଚ୍ଛା ଜଣାଇଥିଲେ । ରାଜଗାଙ୍ଗପୁରର ପୂର୍ବତନ ନଗରପାଳିକାର ନଗରପାଳ ମୋଇନୁଦିନ ଅହମଦ, ମୁସଲିମ ପଂଚାୟତର ପୂର୍ବତନ ଅଧକ୍ଷ ଇଫତାର ଡ଼. ଇଶ୍ରାରାର ଅହମଦ, ରାଜଗାଙ୍ଗପୁର କଂଗ୍ରେସ ଅଧ୍ୟକ୍ଷ ପାକା ବାବୁ, ମୁସଲିମ ଅଳ୍ପ ସଂଖ୍ୟକ ସମୁଦାୟ ରାଜ୍ୟ ସଚିବ ସୋଏବ ଆଲମ ଓ କଂଗ୍ରେସ ଉପାଧ୍ୟକ୍ଷ ଇ ଅହମଦ ଉପସ୍ଥିତ ଥିଲେ ।

ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁରର ଏସଡ଼ିପିଓ ବିଜୟ କୁମାର ନନ୍ଦ, ଆଇଆଇସି ଗୋକୁଳନନ୍ଦ ସାହୁ, ଏସଆଇ ସନ୍ତୋଷ କୁମାର ସେଠୀ ଏବଂ ଆହୁରି ଥାନା ପଦ ଅଧିକାରୀ ମାନେ ସେଠାରେ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: