ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲେ ଏସଟିଏଫ୍‌ ଟିମ

0
159
ବଜ୍ରକାପ୍ତା ବିକ୍ରି ପାଇଁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୬) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି ଏସଟିଏଫ ଟିମ । ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।WhatsApp Image 2022 06 20 at 7.57.42 AM ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲେ ଏସଟିଏଫ୍‌ ଟିମ

ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ସଙ୍କୁଆ ଗ୍ରାମ ର ଅଶୋକ ବିଶି (୪୨) ଏବଂ ଜୟ କୁମାର ପଟେଲ (୩୭) । ସୂଚନା ଅନୁସାରେ ଲୋଇସିଂହା ନିକଟସ୍ଥ ଛେଲିଆ ଜଙ୍ଗଳରୁ ଉକ୍ତ ବ୍ୟକ୍ତି ଦ୍ୱୟ ବଜ୍ରକାପ୍ତାକୁ ବସ୍ତାରେ ଭର୍ତ୍ତିକରି ଆଣି ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଗତକାଲି ରାତି ପ୍ରାୟ ୮ ଟା ସମୟରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ଟିମ ଉକ୍ତ ବ୍ୟକ୍ତି ଦ୍ୱୟ ଙ୍କୁ ଧରି ବଜ୍ରକାପ୍ତା କୁ ଉଦ୍ଧାର କରିଥିଲା ।

ପରେ ବିନିକା ବନ ବିଭାଗ କୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ବଜ୍ରକାପ୍ତା ଓ ଉକ୍ତ ଅଭିଯୁକ୍ତ ଦ୍ୱୟକୁ ବିନିକା ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ । ପରେ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରାଯାଇଛି । ବଜ୍ରକାପ୍ତା ର ଓଜନ ୮ କେଜି ୯୦୦ ଗ୍ରାମ୍ ରହିଥିବା ବେଳେ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଆସନ୍ତାକାଲି ଅଭିଯୁକ୍ତ ଅଶୋକ ଏବଂ ଜୟକୁମାର କୁ କୋର୍ଟରେ ହାଜର କରାଯିବା ସହିତ ଏହାର ଅଧିକ ତଦନ୍ତ ଜାରି ରହିଥିବା ବିନିକା ବନ ବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନ ପ୍ରକାଶ କରିଛନ୍ତି ।

ଏହି ଚଢ଼ାଉରେ ଏସଟିଏଫ ଟିମ ସହ ସୋନପୁର ଏସସିଏଫ ପ୍ରଫୁଲ୍ଲ କୁମାର ଧରୁଆ, ବିନିକା ରେଞ୍ଜର ଶ୍ରୀ ପ୍ରଧାନ, ଡୁଙ୍ଗୁରିପାଲି ଫରେଷ୍ଟର ଜୟକୃଷ୍ଣ ପଟ୍ଟନାୟକ, ବିନିକା ଫରେଷ୍ଟର ଜନାର୍ଦ୍ଧନ ସ୍ୱାଇଁ, ସିଂଘିଯୁବା ଫରେଷ୍ଟର ଲିଙ୍ଗରାଜ ନାଏକ ପ୍ରମୁଖ ସାମିଲ ଥିଲେ ।