ଓଡ୍ରାପ ଦ୍ଵାରା ସାମୁହିକ ଅଭ୍ୟାସ

0
166
ଓଡ୍ରାପ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୬) : ଆଜି ଗଜପତି ଜିଲ୍ଲା ର କାଶୀନଗର ବ୍ଲକରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ରେ ସମ୍ଭାବ୍ୟ ବାତ୍ୟା କୁ ନେଇ କିଭଳି ପ୍ରସ୍ତୁତ ରହିବାକୁ ହେବ ସେ ନେଇ ଓଡ୍ରାପ ଓ ଅଗ୍ନିଶମ ବିଭାଗ ଦ୍ଵାରା ଏକ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ମୁତାବକ କାଶୀନଗର ବ୍ଲକ ର ଖାଣ୍ଡବା, ବି ଏଲ ପୁର, ପର୍ତଦା ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ରେ ଓଡ୍ରାପ ଓ ଅଗ୍ନିଶମ ବିଭାଗ ର ମିଳିତ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କାଶୀନଗର ବି ଡି ଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ତହସିଲଦାର ଶ୍ରୀ ସଲମାନ୍ ଖର୍ସେଲ, ସି ଡି ପି ଓ ଶ୍ରୀମତୀ କନକ ଲତା ପୂଜାରୀ, ସହକାରୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା ଓ ଅନ୍ୟାନ୍ୟ କର୍ମଚାରୀ ଅଙ୍ଗନ୍ ୱାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ ।