ରାଜ୍ୟପାଳ ପୁରସ୍କାର ପାଇଲେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ

0
169
ରାଜ୍ୟପାଳ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା-(୧୮/୦୬) : ଆଜି ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ, ଭୁବନେଶ୍ଵର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ ‘ରାଜ୍ୟ ପୁରସ୍କାର ଉତ୍ସବ’ ରେ ମହାମହିମ ରାଜ୍ୟପାଳ ପ୍ରୋଫେସର ଡଃ ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।WhatsApp Image 2022 06 20 at 6.13.43 AM ରାଜ୍ୟପାଳ ପୁରସ୍କାର ପାଇଲେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ

ଅନ୍ୟାନ୍ୟ ଅତିଥି ଭାବେ ଡଃ କାଳୀ ପ୍ରସାଦ ମିଶ୍ର ରାଜ୍ୟ ସ୍କାଉଟ ଗାଇଡ କମିଶନର, ଅନନ୍ତ ନାରାୟଣ ଜେନା ଭାଇସ ପ୍ରେସିଡେନ୍ଟ ସ୍କାଉଟ ଗାଇଡ ତଥା ବିଧାୟକ ଭୁବନେଶ୍ଵର, ଡଃ ମିନତୀ ବେହେରା ମହିଳା କମିଶନର, ନିରଞ୍ଜନ ରଥ ପ୍ରକାଶକ ସମାଜ, ଶାଶ୍ଵତ ମିଶ୍ର ରାଜ୍ୟପାଳଙ୍କ ପ୍ରିନ୍ସିପ୍ଯାଲ ସେକ୍ରେଟାରୀ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ, ମନୋରଞ୍ଜନ ମହାନ୍ତି ଭାଇସ ପ୍ରେସିଡେନ୍ଟ ସ୍କାଉଟ ଗାଇଡ ସମେତ ଓଡିଶା ର ପ୍ରାୟ ସମସ୍ତ ଜିଲ୍ଲାରୁ ଯୋଗଦାନ କରିଥିବା କବ-ବୁଲବୁଲ, ସ୍କାଉଟ ଗାଇଡ, ରୋଭର ରେଞ୍ଜର ଓ ଗାଇଡ ଶିକ୍ଷକ ମିଶି ପ୍ରାୟ-୬୦୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ବୌଦ୍ଧ ଜିଲ୍ଲାର ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୮ ଜଣ କବ ଓ ୭ ଜଣ ବୁଲବୁଲ ଏହି ରାଜ୍ୟପାଳ ପୁରସ୍କାର ପାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ମୋଟ ୯୮ ଜଣ ସ୍କାଉଟ ଗାଇଡ ରାଜ୍ୟପାଳ ପୁରସ୍କାର ପାଇବାରେ ସଫଳତା ହାସଲ କରିଥିବା ମୋଟ ୧୧୩ ଜଣ ସ୍କାଉଟ ଗାଇଡ ଓ କବ-ବୁଲବୁଲ ମାନଙ୍କ ତରଫରୁ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ବୁଲବୁଲ- ସୁହାନା ସ୍ଵାଇଁ ଓ କବ- ଓମ କୁମାର ନାୟକ ଏହି ରାଜ୍ୟପାଳ ପୁରସ୍କାର ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ରାଜ୍ୟ ର ୭ ଜିଲ୍ଲା ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭିନ୍ନ ସଫଳତା ପାଇଁ ମହାମହିମ ରାଜ୍ୟପାଳ ପୁରସ୍କୃତ କରିଥିଲେ । ରାଜ୍ୟରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ଜିଲ୍ଲାର ଡିଷ୍ଟ୍ରିକ୍ଟ କ୍ୟାମ୍ପୋରୀ ମଧ୍ୟରେ ରାଜ୍ୟ ର ସର୍ବୋତ୍ତମ କ୍ୟାମ୍ପୋରୀ ଭାବେ ବୌଦ୍ଧ ଜିଲ୍ଲାକୁ ଚୟନ କରାଯାଇ ଆଜି ଆୟୋଜିତ ଏହି ରାଜ୍ୟ ପୁରସ୍କାର ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟ ନାଥ ମାଝି ଙ୍କ ସମେତ ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀ ଅନନ୍ଦ ବେହେରାଙ୍କୁ ମହା ମହିମ ରାଜ୍ୟପାଳ ପୁରସ୍କୃତ କରିଛନ୍ତି ।

ଏହି ସଫଳତା ପାଇଁ ଡିଷ୍ଟ୍ରିକ୍ଟ କ୍ୟାମ୍ପୋରୀ ସହ ସମ୍ପୃକ୍ତ ସମସ୍ତ ପ୍ରତିଭାଗୀ, ଆୟୋଜକ, କର୍ମଚାରୀ, ଟିମ ଲିଡର ଓ ସମ୍ପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ ଜଣାଇଛନ୍ତି । ଏହା ବୌଦ୍ଧ ଜିଲ୍ଲା ପାଇଁ ଏକ ଗୌରବ ଆଣି ଦେଇଥିବାରୁ ଏଥିପାଇଁ ବିଭିନ୍ନ ମହଲରୁ ପ୍ରସଂଶା ର ସୁଅ ଛୁଟୁଛି ।