Related Contents

ବାଲ୍ୟ ବିବାହକୁ ବନ୍ଦ କଲେ ସିଡିପିଓ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୫/୦୬): କୋରାପୁଟ ଜିଲ୍ଲାର ଲମତାପୁଟ ସଦର ମହକୁମାର ମାଳିସାହିରେ ଜଣେ ନାବାଳିକାର ବିବାହ ଯୋଜନା ଚାଲିଥିବା ବେଳେ ସିଡିପିଓ କୁସୁମ ପଟ୍ଟନାୟକ, ତୁସୁବା ସେକ୍ଟର ସୁପରଭାଇଜର୍ ଗିତା ଜାନି, ମାଛକୁଣ୍ଡ ଥାନା ଅଧିକାରୀ ସୁବ୍ରନ୍ତ ପଣ୍ଡା, ଲମତାପୁଟ ଫାଣ୍ଡି ଅଧିକାରୀ ଶିବପ୍ରସାଦ ଷଡ଼ଙ୍ଗୀ ଓ ପୁର୍ବତନ ଚେୟାରମେନ କୃପାସିନ୍ଧୁ ମୁଦୁଲି ଏକ ବିଶେଷ ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିବାହ ଯୋଜନାକୁ ରୋକିବା ସହ ନାବାଳିକା ଝିଅ ଜଣକୁ ବୁଝାଇ ଥିଲେ ।

ପରେ ଝିଅଟିଏ ପାଠ ପଢ଼ିବା ପାଇଁ ରାଜି ହେବା ପରେ ଝିଅଟିକୁ ବାପା ମାଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାକ୍ରମେ ବାଲେଲ ପଞ୍ଚାୟତର ଏହି ନାବାଳିକା ଜଣକ ଲମତାପୁଟ ସ୍ଥିତ ଆମ୍ବେଦକର କଲେଜରେ +୨ ପ୍ରଥମ ବର୍ଷରେ ପଢୁଥିଲେ । ନିଜ ବାଲେଲରୁ ଲମତାପୁଟ ୮ କିଲୋମିଟର ହୋଇଥିବାରୁ ସେ ବାଧ୍ୟ ହୋଇ ଲମତାପୁଟ ମାଳିସାହିରେ ଏକ ଭଡ଼ା ଘରେ ରହି ପାଠ ପଢୁଥିଲେ । ଏହି ମଧ୍ୟରେ ମାଳିସାହିର ଜଣେ ଯୁବକଙ୍କ ସହ ବିବାହ ପ୍ରସ୍ତାବ ଚାଲିଥିଲା । ଏପରି ଘଟଣାରେ ସମସ୍ତ ପ୍ରସାଶନିକ ଅଧିକାରୀ ମାନେ ଘଟଣାସ୍ଥଳରେ ରହି ନାବାଳିକାକୁ ପୁର୍ଣ୍ଣ ବୟସରେ ବିବାହ କରିବାକୁ ଓ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟ ପାଇଁ ସିଡିପିଓଙ୍କୁ ପ୍ରଶଂସା କରିବା ସହ ପ୍ରାସାସନିକ ଅଧିକାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ।

Comments are closed.