Advertisements
Sunday, May 31, 2020
Home Business & Private ଇମ୍ଫାରେ ବିଶ୍ବ ପରିବେଶ ଦିବସ ପାଳିତ

ଇମ୍ଫାରେ ବିଶ୍ବ ପରିବେଶ ଦିବସ ପାଳିତ

ରିପୋର୍ଟ: ଜ଼ିଲ୍ଲା ପ୍ରତନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼ (୦୫.୦୬.୨୦୧୯): ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀର ମୁଖ୍ୟ ଶ୍ରୀ କେ. ଭି. ରାଓଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଇମ୍ଫାର ବିଭିନ୍ନ କଲୋନୀ ତଥା ଡି. ପି. କ୍ଯାମ୍ପ ମାର୍କେଟ, ଡି. ପି. କ୍ଯାମ୍ପ ବସ୍ ଷ୍ଟାଣ୍ଡ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଇମ୍ଫାର କର୍ମଚାରୀ ମାନଙ୍କ ସହିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବଣିକ ସଂଘର ସଭ୍ୟ ମଧ୍ୟ ଯୋଗ ଦେଇଥିଲେ । ପ୍ରଭାତ ଫେରି ସମୟରେ ବାୟୃ ପ୍ରଦୁଷଣ ରୋକିବା, ପ୍ଲାଷ୍ଟିକ ଦୂରୀକରଣ, ଜଳ ସସଂରକ୍ଷଣ, ଓ ବୃକ୍ଷରୋପଣ ନିମନ୍ତେ ସଚେତନତା ଭିତ୍ତିକ ସ୍ଲୋଗାନ ମାନ ଦିଆଯାଇଥିଲା ଓ ଲୋକମାନଙ୍କୁ ବୁଝା ଯାଇଥିଲା । ଇମ୍ଫାର କର୍ମଚାରୀ ଓ ଗୃହିଣୀ ନିମନ୍ତେ ଜଳର ସଂରକ୍ଷଣ, ବିଦ୍ୟୁତ ସଂରକ୍ଷଣ, ଓ ପ୍ଲାଷ୍ଟିକ ଜନିତ ପ୍ରଦୁଷଣରୁ କିପରି ଭାବରେ ରୋକାଯିବ ତାହାର ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଇମ୍ଫା ଉତ୍ପାଦନ ବିଭାଗର ମୁଖ୍ୟଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇମ୍ଫାର କର୍ମଚାରୀ ଓ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବଣିକ ସଂଘର କେ. ଆପନା, ଅକ୍ଷୟ କୁମାର ପାତ୍ର, ବ୍ଯାସ ମୁନି ଓ ଅନ୍ୟମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଗୁଣବତ୍ତା ବିଭାଗର ଶ୍ରୀ ଦିନେଶ କୁମାର ମହାନ୍ତି ସଂଯୋଜନା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: