Related Contents

ମାଲକାନଗିରିରେ ୭୦ତମ ବିଶ୍ଵ ପରିବେଶ ଦିବସ ପାଳିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୦୫/୦୬): ଆଜି ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ବିଶ୍ଵ ପରିବେଶ ଦିବସ ଅବସରରେ ବାଲିମେଳା ବନାଞ୍ଚଳରୁ ଏକ ରାଲି ବାହାରିଥିଲା । ଖଣ୍ଡିୟ ବନାଧିକାରୀ ଶ୍ରୀ ପ୍ରଦୀପ ଦେବୀଦାସ ମିରାସେଙ୍କ ଅଧ୍ୟକ୍ଷତାରେ ଡ଼ି ଆର ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସ ଡ଼ି ପିଓ ଋଷିକେଶ ଡ଼ି.ଖିଲାରଙ୍କ ସହ ଏକ ପରିବେଶ ସୁରକ୍ଷା ରାଲି ବାହାରି ବାଲିମେଳା ସହର ପରିକ୍ରମା କରିଥିଲେ ।

ଏହାପରେ ସଂମସ୍ତ ବନା ଅଧକାରୀ ଓ ପରିବେଶ ସୁରକ୍ଷା କର୍ମୀ ସହଯୋଗୀ ଏନଜିଓ କର୍ମୀଙ୍କୁ ନେଇ ଏକ ବିଶାଳ ମୋଟର ସାଇକେଲ ରାଲିରେ ମାଲକାନଗିରି ପରିକ୍ରମା କରିବା ସହ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଏକତ୍ରିତ ହୋଇଥିଲେ । ଉକ୍ତ ସଭାରେ ଅବାଧଗଛ କଟା, ପଲିଥିନ ବ୍ୟବହାର, ପରିବେଶ ଉପରେ ପ୍ରଭାବ ବିଷୟ ପରିବେଶବିତ ଶ୍ରୀ ଦୁର୍ଯ୍ୟୋଧନ ପାତ୍ର, ପ୍ରକାଶ ପଟନାୟକ, ୟୁଥ ରେଡ଼କ୍ରସ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ସ୍ୱାଇଁ ଆଲୋଚନା କରିଥିଲେ ।

ଆଗାମୀ ଦିନରେ ପରିବେଶରେ ସନ୍ତୁଳନ ରକ୍ଷା କରିବାକୁ ଅଧିକରୁ ଅଧିକା ଗଛ ଲଗାଇବା ଏବଂ ପ୍ରତି ଗ୍ରାମରେ ବନସୁରକ୍ଷା ସମିତି, ଇକୋ କ୍ଲବ ଗଠନ କରିବା ପାଇଁ ସଚେତନ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ଆଜିର ଏହି ସଭାରେ ଡିଆଇ ପିଆର ଓ ଡ଼ଃ ଗୁଣନିଧି ନାୟକ ବିଶ୍ୱ ପରିବେଶ ଦିବସରେ ପରିବେଶ ସୁରକ୍ଷାରେ ଜୀବଜଗତର ଭୂମିକା ଉପରେ ଆଲୋକପାତ କରିଥିଲେ । ଆଜିର ଏହି ସଭାରେ ସୃଷ୍ଟି ଏନଜିଓ ତରଫରୁ ଟିମ ଲିଡ଼ର ଶ୍ରୀ କିଶୋର ପାଟିକା, ଶ୍ରୀନିବାସ ପାତ୍ର, ଟୁକୁଲୁ ପ୍ରଧାନ, ଜୋତି ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Comments are closed.