Related Contents

ବୈପାରୀଗୁଡା ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ମଧୁସୂଦନ ରାଉତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୫/୦୬): ବିଶ୍ୱ ପରିବେଶ ଦିବସ ୨୦୧୯ପାଳନ ଅବସରେ ବୈପାରୀଗୁଡା ବ୍ଲକର ଯୁବ ସ୍ୱଚ୍ଛେସେବୀ ମଧୁସୂଦନ ରାଉତଙ୍କୁ କୋରାପୁଟ ଜିଲ୍ଲା ବନ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ମିଳିଥିବା ଜଣାପଡିଛି | ଆଜି କୋରାପୁଟ ସ୍ଥିତ ବନବିଭାଗ ମୁଖ୍ୟ କାର୍ଯାଳୟରେ ଆୟାଜିତ ବିଶ୍ୱପରିବେଶ ଦିବସ ୨୦୧୯ଉତ୍ସବରେ ଏହି ପୁରସ୍କାର ମଧୁସୂଦନଙ୍କୁ ପ୍ରଦାନ କରାଯାଇଥିଲା |

ମଧୁସୂଦନ ସ୍ଥାନୀୟ ଫ୍ରେଣ୍ଡସ ୟୁନିଟ କ୍ଳବର ସଭାପତି ଭାବେ ଅଛନ୍ତି ଏବଂ ସେ ନିଜର କ୍ଳବ ମେମ୍ବରଙ୍କୁ ନେଇ ପ୍ରତି ବର୍ଷ ବନମୋହତ୍ସବ, ବିଭିନ୍ନ ପ୍ରାକୃତିକ ବିପର୍ଜୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା, ପରିବେଶକୁ ସଫା ସୁତରା ରଖିବା, ନିଜ ପରିଵଶରେ ଥିବା ପ୍ରାକୃତିକ ବସ୍ତୁ ଗୁଡିକୁ ଚିହ୍ନଟ କରି ତାର ଗୁରୁତ୍ୱ ଲୋକଙ୍କୁ ବୁଝାଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ଯୋଗୁଁ ଆଜି ସମ୍ମାନର ପାତ୍ର ହୋଇଛନ୍ତି | ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି କୋରାପୁଟ ସିଭିଲ ଜର୍ଜ ସୌମ୍ୟ ରଞ୍ଜନ ସ୍ୱାଇଁ,ଜେଏମଏଫସି ଜର୍ଜ ଗୟାଧର ପାଣିଗ୍ରାହୀ, କୋରାପୁଟ ଡିଏଫଓ ଅଶ୍ୱିନୀ କୁମାର କର, କଞ୍ଜୁରବେଟର ଏ ଉମା ମହେଶ୍ଵେର ଯୋଗ ଦେଇ ଏହି ୨୦୧୯ପରିଵଶ ଦିବସର ବିଷୟ ବସ୍ତୁ “ବାୟୁ ପ୍ରଦୂଷଣ “ବିଷୟ ଆଲୋକପାତ କରିଥିଲେ | ଏଥିରେ କୋରାପୁଟ ଜିଲ୍ଲାର ଆଠଟି ବ୍ଲକର ଆଠ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି | ସେମାନେ ହେଲେ ବୈପାରୀଗୁଡାର ମଧୁସୂଦନ ରାଉତ, ନନ୍ଦପୁରର ବୁଡୁ ଟାଙ୍ଗୁଡ଼ା, ସିମିଲିଗୁଡାର ସଞ୍ଜୟ କୁମାର ମଳିକ, ପଟାଙ୍ଗୀର ରାମରାଓ ଜାନି, କୋରାପୁଟର ସୁରେନ୍ଦ୍ର ତନ୍ତି, ବୋରିଗୁମ୍ମାର ଗୌର ଶଙ୍କର ସାମନ୍ତରାୟ, ଜୟପୁରର ନିମାଇଁ ଚନ୍ଦ୍ର ଦାଶ ଓ କୋଟପାଡ଼ର ଲକ୍ଷ୍ମୀନାରାୟଣ ତାଲାବ |

Comments are closed.