୧୦୮ଆମ୍ବୁଲାନ୍ସକୁ ଅଜଣା ଟ୍ରକ ଧକ୍କା ଦେଲା, ଅଳ୍ପକେ ବଞ୍ଚିଲେ ରୋଗୀ

ରିପୋର୍ଟ: ମାଧବ ସାହୁ
ଆଗଲପୁର(୦୫/୦୬): ଆଜି ଭୋର ସକାଳ ସମୟରେ ୧୦୮ ଆମ୍ବୁଲାନ୍ସ ଗାଡି ନ ଓଡି ୦୨ଏନ ୧୯୯୮ ବଲାଙ୍ଗୀର ମେଡିକାଲରୁ ବୁର୍ଲା କୁ ସ୍ଥାନାନ୍ତରିତ ହେଉଥିବା ରୋଗୀଙ୍କୁ ନେଉଥିବା ବେଳେ ରୁଗୁଡ଼ିକହଲ-ରାମପୁର ମଝିରେ ଉକ୍ତ ଆମ୍ବୁଲାନ୍ସ କୁ ଏକ ଅଜଣା ଟ୍ରକ ଜୋର ରେ ଧକ୍କା ଦେଇ ପଳାଇଯାଇଥିଲା |

ଉକ୍ତ ଟ୍ରକଟି ବରଗଡ଼ ପଟୁ ବଲାଙ୍ଗୀର ଆଡକୁ ଆସୁଥିବା ଜଣାପଡିଛି | ଫଳରେ ଆମ୍ବୁଲାନ୍ସ ଗାଡି ଭାଙ୍ଗି ଯାଇଛି ଓ ଡ୍ରାଇଭର ର ହାତ ଅଂଶ ଆଘାତ ହୋଇଛି | ତାଙ୍କୁ ବଲାଙ୍ଗୀର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି | ଗାଡ଼ିରେ ଥିବା ରୋଗୀଙ୍କୁ ଅନ୍ୟ ଏକ ଗାଡି ରୁଗୁଡ଼ିକହଲ ରୁ ଭଡା କରି ବୁର୍ଲା କୁ ନେଇଛନ୍ତି | ରାତିରେ ଟ୍ରକ ଡ୍ରାଇଭର ମାନେ ଅସୁରକ୍ଷିତ ଭାବରେ ଗାଡି ଚାଳନା କରୁଥିବା ଅଭିଯୋଗ ହେଉଛି | ଆମ୍ବୁଲାନ୍ସ ଗାଡି ଗୁଡିକ ବାରମ୍ବାର ଧକ୍କା ହେବ ଯୋଗୁ ଲୋକଙ୍କ ଆମ୍ବୁଲାନ୍ସ ଉପରେ ଭରସା ତୁଟିବାକୁ ଯାଉଛି | ଆଜି ଯେଉଁ ଭାବରେ ଧକ୍କା ହୋଇଛି ରୋଗୀର ଭାଗ୍ୟ ବଶତଃ ଅଳ୍ପକେ ବଂଚିଗଲେ ନ ହେଲେ ଟ୍ରକ ଧକ୍କାରେ ବଂଚିବା କଷ୍ଟକର | ତେଣୁ କୁହାଯାଇଛି “ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ” |

Comments are closed.