Friday, March 29, 2024

Top 5 This Week

Related Posts

ଭଙ୍ଗା ଛାତ ତଳେ ପିଲାଙ୍କ ଭବିଷ୍ୟତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୬) : ମୋ ସ୍କୁଲ ଅଭିଯାନ କେତେ ଯେ ସଫଳ ଏହି କଥାରୁ ସ୍ୱଷ୍ଟ ଏଥିରୁ ଜଣା ଯାଇଛି । ଡିଦିଂଗୁଡ଼ା ବିଦ୍ୟାଳୟରେ ଭଙ୍ଗା ଛାତ ତଳେ ପିଲାଙ୍କ ଭବିଷ୍ୟତ ।

କାଶୀନଗର ବ୍ଲକ ର ଅଲାଡ଼ା ଗ୍ରାମ ପଞ୍ଚାୟତ ର ଡିଦିଂଗୁଡ଼ା ବିଦ୍ୟାଳୟ ଏହାର ସଦ୍ୟତମ ଉଦାହରଣ । ଏହି ଗ୍ରାମ ରେ ଥିବା ବିଦ୍ୟାଳୟ ରେ ୧୦୦ ପିଲା ପାଠ ପଢନ୍ତି । ୪ ଜଣ ଶିକ୍ଷୟତ୍ରୀ ଙ୍କୁ ନେଇ ଏହି ବିଦ୍ୟାଳୟ ଚାଲିଛି । ଭଙ୍ଗା ଛାତ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ନିର୍ମାଣ । ୧୯୮୮ ମସିହାରେ ତତ୍କାଳୀନ ବିଧାୟକ ଶ୍ରୀ ତ୍ରିନାଥ ସାହୁ ଏହି ବିଦ୍ୟାଳୟ ର ଉଦ୍ଘାଟନ କରିଥିଲେ ।

ଗତ ତିତିଲି ବାତ୍ୟାରେ ଏହି ବିଦ୍ୟାଳୟ ର ଛାତ ଆଜବେଷ୍ଟସ ଉଡ଼ି ଯାଇଥିଲା । ବହୁ ବାର ଗ୍ରାମବାସୀ ନିଜ ର ଦାବୀ ବିଭିନ୍ନ କ୍ଷେତ୍ର ରେ ଉପସ୍ଥାପନ କରିଛନ୍ତି । 5T ରେ ଶିକ୍ଷା ବିଭାଗ କୁ ନିଆଯାଇଛି ହେଲେ ତଳ କ୍ଷେତ୍ରରେ ଫଳ ଶୂନ । ଏଣୁ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଓ ସରପଞ୍ଚ ଗୋପାଳ ଗମାଙ୍ଗ ଦାବୀ କରିଛନ୍ତି ।

Popular Articles