Related Contents

୩ଟି ଗଂଜେଇ ଚାଲାଣ ଗାଡି ଉପରେ ପୋଲିସର ଚଢ଼ାଉ, ୭ ଗିରଫ

ରିପୋର୍ଟ: ସୌମ୍ୟରଂଜନ ସାହୁ
ଜୟପୁର(୦୪/୦୬): ଜୟପୁର ପୋଲିସ ଗଂଜେଇ ଚାଲାଣ କାରୀଙ୍କ ଉପରେ ରୋକ ଲଗାଇବା ପାଇଁ ପରେସନ କ୍ଲିନ ଜୟପୁର ଆରମ୍ଭ କରିଥିବା ବେଳେ ମାରାଥନ ଚଢ଼ାଉ କରିଛି |

ଜୟପୁର ସଦର ପୋଲିସ, ବୈପାରୀଗୁଡା ପୋଲିସ ଓ ବୋରିଗୁମ୍ମା ପୋଲିସ ମିଳିତ ଭାବେ ୩ଟି ଚାଲାଣକାରୀଙ୍କ ଉପରେ ଚଢ଼ାଉ କରିଛନ୍ତି | ଏହି ଚଢ଼ାଉରେ ପୋଲିସ ୧୭୦ କେଜି ଗଂଜେଇ ଜବତ କରିଥିବା ବେଳେ ୨ଟି କାର ଓ ଗୋଟିଏ ବାଇକ ଜବତ କରିଛି | ଉତ୍ତରପ୍ରଦେଶର ୭ଜଣଙ୍କୁ ଗିରଫ କରିଛି | ୨ଟି କାର ଓ ଗୋଟିଏ ବାଇକ ରେ ମାଲକାନଗିରି ଠାରୁ ଉତ୍ତରପ୍ରଦେଶ ଗଂଜେଇ ଚାଲାଣ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିବା ଏସଡ଼ିପିଓ ସାଗରୀକା ନାଥ ପ୍ରକାଶ କରିଛନ୍ତି |

Comments are closed.