ଓଡ଼ିଆ ଦାଦନ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ସିରିଜ ମୃତ

0
203
ଓଡ଼ିଆ ଦାଦନ

ରିପୋର୍ଟ : ସୁଶାନ୍ତ ବେହରା
ବୌଦ୍ଧ, (୧୭/୦୬) : ରାଜ୍ୟ ସରକାର ଓଡିଶାକୁ ଦାଦନ ମୁକ୍ତ ରାଜ୍ୟରେ ଗଡ଼ିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ବିଭିନ୍ନ ଯୋଜନା ହାତକୁ କେମିତି ନେଇଛନ୍ତି ଆଜି ଏକ ଜ୍ଵଳନ୍ତ ନଗ୍ନ ଚିତ୍ର ଆଜି ହରଭଙ୍ଗା ବ୍ଲକରେ ଦେଖି ବାକୁ ମିଳିଛି l ଓଡ଼ିଆ ଦାଦନ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ସିରିଜ ମୃତ୍ୟୁ ହୋଇଛି lWhatsApp Image 2022 06 17 at 10.08.35 PM ଓଡ଼ିଆ ଦାଦନ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ସିରିଜ ମୃତ

ଓଡ଼ିଆ ଦାଦନ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ କାମ ଖୋଜି ଦଲାଲ ପାଖରେ ପଡି ତିନି ତିନିଟି ନିରୀହ ମଣିଷ ର ଜୀବନ ଯିବା ଓ ପରିବାର ଉଜାଡି ହେବା ଏହା କ’ଣ ଦାଦନ ମୁକ୍ତ ଯୋଜନା ? ସୂଚନା ଓ ଅଭିଯୋଗ ଅନୁଯାଇ ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ବଘୁଆ କଟା ଗ୍ରାମ ର ଦାଦନ ଦଲାଲ ସୁଶାନ୍ତ ପ୍ରଧାନ ଙ୍କ ପାଇଁ ଆଜି ୩ ଟି ପରିବାର ଉଜାଡି ଯାଇଛି l ଖାଲି ସେତିକି ନୁହେଁ ଏହି ମୃତ ୩ ଜଣଙ୍କ ସମେତ ବୌଦ୍ଧ ଜିଲ୍ଲାରୁ ପ୍ରାୟ ୨୦୦ ଜଣ ବ୍ୟକ୍ତିଙ୍କୁ ବାହାର ରାଜ୍ୟର କମ୍ପାନୀ ଗୁଡିକ ବିକ୍ରି କରିଥିବା ଏଵେ ସୂଚନା ମିଳୁଛି l

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଶ୍ରମିକ ମାନଙ୍କୁ ସୁଶାନ୍ତ ପ୍ରଧାନ ତାମିଲନାଡୁ ରାଜ୍ୟର ଚେନାଇ ରୁ ୨୦୦ କିଲୋମିଟର ଦୂର ତୀରଚିନାପଲ୍ଲୀରେ ଥିବା ସୃତି ହାଉସ ପ୍ରାଇଭେଟ ଲିମିଡେଡ଼ ନାମକ ଏକ ଘରୋଇ କମ୍ପାନୀ ର ଟ୍ରାନ୍ସପୋଟିଙ୍ଗ ବିଭାଗରେ ବିକ୍ରି କରିଥିଲେ l ଗତକାଲି କମ୍ପାନୀ ଜିନିଷ ଗାଡ଼ିରେ ଲୋଡ଼ କରି ଏହି ତିନି ଜଣ ଦାଦନ ଶ୍ରମିକ ଯେଉଁମାନେ କି ହରଭଙ୍ଗା ବ୍ଲକ ର ଜିରାଡ଼ ଗ୍ରାମ ର ଅଙ୍ଗଦ ପ୍ରଧାନ, ସାମ୍ପୋଚ ପଞ୍ଚାୟତ ବରଝୁଲି ଗ୍ରାମର ସାନନ୍ଦ ଭୋଇ ଓ ଲୁଣିବାହାଲ ପଞ୍ଚାୟତ ବଘୁଆ କଟା ଗ୍ରାମ ର ଜୟ ଭୋକ୍ତା ଜିନିଷ ଟ୍ରାନ୍ସପୋଟିଙ୍ଗ ପାଇଁ ଯାଇଥିଲେ l

ଯିବା ବାଟରେ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ତିନିଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଏହାକୁ ନେଇ ତାମିଲନାଡୁ ପୋଲିସ ଦଲାଲ ସୁଶାନ୍ତ ପ୍ରଧାନ ଓ ତାଙ୍କ ଭାଇ ନାମରେ ଏକ କେସ ଦାଏର କରି ମୃତ ୩ ଜଣଙ୍କ ଶବକୁ ନେଇ ଆହୁରି ଅନେକ ତଦନ୍ତ ଚଳାଇଛି l ଏହାକୁ ନେଇ ମୃତ ଶରୀର ଗୁଡିକ କିପରି ନିଜ ଭିଟାମାଟିକୁ ଆସିବ ବୌଦ୍ଧ ଜିଲ୍ଲା ପ୍ରଶାସନ କୁ ପରିବାର ଓ ଗ୍ରାମବାସୀ ଦାବି କରିବା ସହିତ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ପାଇଁ ଅଭିଯୋଗ ହେଉଛି l