Related Contents

ଏଟିଏମ ଲୁଟ ଉଦ୍ୟମ, ପୋଲିସ ଉପରେ ଗୁଳି ଚାଳନା- ୪ଦୁର୍ବୁତ୍ତ ଗିରଫ ଓ ଜଣେ ଫେରାର

ରିପୋର୍ଟ: ସୌମ୍ୟରଂଜନ ସାହୁ
ଜୟପୁର(୦୪/୦୬): ଏଟିଏମ ଲୁଟ ଉଦ୍ୟମ କରୁଥିବା ବେଳେ ପୋଲିସ କୁ ଦେଖି ଦୁର୍ବୁତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ | ସୋମବାର ବିଳମ୍ବିତ ରାତିରେ ଜୟପୁର ଟାଉନ ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ୫ଜଣ ଦୁର୍ବୁତ୍ତ ଜୟନଗର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରୁଥିଲେ |

ପୋଲିସକୁ ଦେଖିବା ପରେ ଦୁର୍ବୁତ୍ତମାନେ ୨ରାଉଣ୍ଡ ଗୁଳି ଚାଳନା କରିଥିଲେ | ଏହି ଗୁଳି ଚାଳନାରେ କେହି ମୃତାହତ କି ଆହତ ହୋଇ ନ ଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ୭ ଏମଏମର ଜୀବନ୍ତ ଗୁଳି କୁ ଜବତ କରିଛି | ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ମାନେ ହେଲେ ଗଣେଶ ପୂଜାରୀ, କେ. ନାଗାର୍ଜୁନ, ଅଜୟ ନାଗ, ଓ ଦୈତାରୀ ସାଗର ଏମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅପରାଧୀ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଆଜି ପୋଲିସ ସୂଚନା ଦେଇଛି | ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଶାବଳ ସହ ଲୁଟ କରିବାର ଅନ୍ୟ ସରଞ୍ଜାମ ମଧ୍ୟ ଜବତ କରିଛି | ଗିରଫ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡ଼ିପିଓ ସାଗରିକ ନାଥ ପ୍ରକାଶ କରିଛନ୍ତି |

Comments are closed.