Advertisements
Tuesday, June 2, 2020
Home headline ମାଲକାନଗିରିରେ ବିଶ୍ଵ ବାଇସାଇକେଲ ଦିବସ ପାଳିତ

ମାଲକାନଗିରିରେ ବିଶ୍ଵ ବାଇସାଇକେଲ ଦିବସ ପାଳିତ

ରିପୋର୍ଟ- ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି ୩/୬: ମାଲକାନଗିରି ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ଆଜି ବିଶ୍ଵ ବାଇସାଇକେଲ ଦିବସ ବହୁ ଆଡମ୍ବର ସହିତ ପାଲିତ ହୋଇଛି । ସ୍ଥାନୀୟ ଡି ଏନ କେ ଖେଳ ପଡ଼ିଆ ଠାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା ।

ଏହି ଦିବସ ଉପଲକ୍ଷେ ବାଇସାଇକେଲ ରାଲିକୁ ଶୁଭାରମ୍ଭ କରିବା ପାଇଁ ମୁଖ୍ୟ ଅତିଥି ଭାବେ ଉପ ଖଣ୍ଡିୟ ପୋଲିସ ଅଧିକାରୀ ଶ୍ରୀ ଋଷିକେସ ଡି ଖିଲାରୀ (ଆଇ ପି ଏସ) ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲିରେ ଶହେରୁ ଉର୍ଦ୍ଧ୍ବ ଯୁବ ରେଡ଼କ୍ରସ ,ଏନ ସି ସି ,ସାମ୍ବାଦିକ ,ବରିଷ୍ଠ ନାଗରିକ, ପୋଲିସ କର୍ମଚାରୀ, ଓକିଲ ସଂଘ, ଅବସର ପ୍ରାପ୍ତ ଅଧିକାରୀ ଓ ଛାତ୍ର ଛାତ୍ରୀ ଆଦି ଭାଗ ନେଇ ଜନ ସଚେତନ କରେଇଥିଲେ। ମୁଖ୍ୟ ବକ୍ତା ଭାବେ ଗୁଣନିଧି ନାୟକ ସଂମାନୀୟ ଅତିଥି ,ସାମ୍ବାଦିକ ସଂଘ ସଭାପତି ଗୋପୀକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଜନ ସାଧାରଣ ତଥା ଅବିଭାବକ ମାନଙ୍କୁ ସାଇକେଲ ବ୍ୟବହାର କରିବା ଦ୍ୱାରା କିପରି ଭାବରେ ଆଗାମୀ ଦିନର ବିପଦରୁ ସମାଜ, ଦେଶ ଓ ବିଶ୍ଵକୁ ରକ୍ଷା କରାଯାଇପାରିବ ତାହା ବିଷୟରେ ଆଲୋଚନା କରିଥିଲେ।ସାଇକେଲ ବ୍ୟବହାର ଦ୍ବାରା ଶାରୀରିକ ଲାଭ, ମଧୁମେୟ ରୋଗରୁ ରକ୍ଷା, ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା, ନିରାପଦ ଯାତ୍ରା, ଓ ସବୁଜ ବିପ୍ଳବରେ ଆଦି ସାମିଲ ହୋଇ ଉତ୍ତମ ସମାଜ ଗଠନ ଦିଗରେ ଭାଗିଦାରୀ ହେବା ଇତ୍ୟାଦି ବିଭିନ୍ନ ବିଷୟରେ ଆଲୋଚନା କରି ଆଗାମୀ ଦିନର ବିପଦରୁ ରକ୍ଷା ନିମନ୍ତେ ଅବଗତ କରାଇଥିଲେ।

ଏହି ରାଲି ଡି ଏନ କେ ପଡ଼ିଆ ଠାରୁ ଆରମ୍ଭ ହୋଇ ବସଷ୍ଟାଣ୍ଡ ଠାରେ ଆୟୋଜିତ ଏକ ସଭାରେ ଶେଷ ହୋଇଥିଲା। ଏହି ସଭାରେ ଓକିଲ ସଂଘ ସଭାପତି ନୃସିଂହ ଚରଣ ମହାନ୍ତି, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାସ ,DDUGKY ଛାତ୍ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ରାଲିକୁ ଶୋଭା ମଣ୍ଡିତ କରିଥିଲେ।ଜିଲ୍ଲାରେ ପ୍ରଥମ ଥର ପାଇଁ ପାଳନ ହୋଇଥିବାରୁ ଯୁବ ରେଡ଼କ୍ରସର ସଂଯୋଜକ ଡ.ରଞ୍ଜନ କୁମାର ସ୍ବାଇଁଙ୍କୁ ପ୍ରସଂସା ମଧ୍ୟ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: