Thursday, March 28, 2024

Top 5 This Week

Related Posts

ସି.ପି.ଆଇ. (ଏମ୍ .ଏଲ) ଲିବରେସନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର ପ୍ରତିବାଦ ସଭା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୮/୦୬) : ୧୭/୬/୨୦୨୨ ତାରିଖରେ ସି.ପି.ଆଇ. (ଏମ୍ .ଏଲ) ଲିବରେସନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ପଦ୍ମପୁର ସହରରେ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା ।

ଜମି, ଜଳ, ଜଙ୍ଗଲ ସିଲିଂ ବର୍ହିଭୁତ ଜମି ଦାଵିରେ ବିଭିନ୍ନ ସ୍ଲୋଗାନ ଦେଇ ପଦ୍ମପୁର ତହସିଲ ସମ୍ମୁଖରେ ସି.ପି.ଆଇ. (ଏମ୍ .ଏଲ) ଲିବରେସନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବିକ୍ଷୋଭ ଓ ପ୍ରତିବାଦ ସଭା ର ଆୟୋଜନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୬ ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଥିଲେ ।

ସଉରା ଭାଷା ଓ ଲିପିକୁ ସାମ୍ବିଧାନିକ ଅଧିକାର ଦେବା, ଜେସିବି ମେସିନ ଦ୍ୱାରା କାମ ବନ୍ଦ କରିଵା, ପଦ୍ମପୁରକୁ ଏନ ଏ ସି ର ମାନ୍ୟତା ଦେଵା, ପଦ୍ମପୁର ଅଞ୍ଚଳ ର ଭାଗ ଚାଷି ମାନଙ୍କୁ ଚାଷି ର ମାନ୍ୟତା ଦେବା, କୃଷି ଋଣ ଛାଡ କରିବା, ଧାନ ର ସହାୟକ ମୂଲ୍ୟ ୩୦୦୦ ଟଙ୍କା କରିବା, ସରକାରୀ ଭାବେ ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ ନିମନ୍ତେ ସାର୍ବଜନୀନ ଉନ୍ନତ ସ୍ୱାସ୍ଥ୍ୟ ସେବା କୁ ସୁନିଶ୍ଚିତ କରିବା, ଆଦିବାସୀ ମାନଙ୍କୁ ଜଙ୍ଗଲ ଓ ଘରଡିହ ପଟ୍ଟା ପ୍ରଦାନ କରିବା ଆଦି ମୁଖ୍ୟ ଦାବି ରହିଛି ।

ଆଜିର ଏହି କାର୍ଯ୍ୟକ୍ରମର ସି ପି ଆଇ (ଏମ୍ .ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ଅଧ୍ୟାକ୍ଷତା କରି କହିଛନ୍ତି କେନ୍ଦ୍ର ର ମୋଦି ସରକାରଙ୍କ ଶ୍ରମିକ କୃଷକ ବିରୋଧୀ ନୀତି, ଜନ ବିରୋଧି ନୀତି ବିରୁଦ୍ଧରେ ଏବଂ ” ଜନତା ବଞ୍ଚାଅ – ଦେଶ ବଞ୍ଚାଅ ” ପାଇଁଁ ଆମେ ସଂଘର୍ଷ ଜାରି ରଖିଛୁ । ଆଗାମୀ ଦିନରେ ଏପରି ଅନେକ ପ୍ରତିବାଦ ସଭାର ଆୟୋଜନ କରି ସରକାରଙ୍କୁ ଆଦିବାସୀ ମାନଙ୍କ ହକ ପ୍ରଦାନ କରିବାକୁ ବାଧ୍ୟ କରିବୁ ।

ଏହି ପ୍ରତିବାଦ ସଭାରେ ସମ୍ବରା ଶଵର, ଅନାସିମ ଶଵର, ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ, ଲକ୍ଷ୍ମୀକାନ୍ତ ମିଶାଲ, କୈଳାଶ ଶଵର, ଅର୍ଜୁନ ଶଵର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Popular Articles