Related Contents

ମିଲିସିଆ ମାଓବାଦୀ ଗିରଫ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୦୩/୦୬): ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ ଧରଣର ସଫଳତା । ବିଭିନ୍ନ ମାଓ ହିଂସାକାଣ୍ଡରେ ଲିପ୍ତଥିବା ତୁଳସୀ ପାହଡ ମାଓବାଦୀ ଦଳମର ନକ୍ସଲ ତ୍ରୀନାଥ ଭୂମିଆଙ୍କୁ ଗିରଫ କରିଛନ୍ତି ମାଥିଲି ପୁଲିସ ।

ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଗିରଫ ନକ୍ସଲକୁ ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ଭୁମିଆ କରିଥିବା ବିଭିନ୍ନ ମାଓ ହିଂସାକାଣ୍ଡ ସଂପର୍କରେ ସୂଚନା ଦେଇଥିଲେ । ଗିରଫ ନକ୍ସଲ ତ୍ରୀନାଥ ଭୂମିଆ (ମିଲିସିଆ ଗ୍ରୁପର) ଲ୍ୟାଣ୍ଡମାଇନ, ବୋମା ତିଆରି ଓ ବିସ୍ପୋରଣରେ ଧୁରନ୍ଧର । ସେ ମାଥିଲି ଥାନା ଅଚଂଳରେ ବିଭିନ୍ନ ସ୍ଥାନରେ ବୋମା, ଲ୍ୟାଣ୍ଡମାଇନ ବିସ୍ପୋରଣ ସହିତ ପୁଲିସ ଉପରେ ଆକ୍ରମଣ ଓ ବିଭିନ୍ନ ମାଓହିଂସା କରିଥିବାର ଜଣାପଡିଛି । ତା ନାମରେ ମାଥିଲି ଥାନରେ ନରହତ୍ୟା, ବିସ୍ପୋରଣ, ପୁଲିସଉପରେ ଆକ୍ରମଣ, ଲୁଟ ବିଭିନ୍ନ ହିଂସାକାଣ୍ଡର କେସ ରହିଛି ବୋଲି ଏସପି ସୂଚନା ଦେଇଛନ୍ତି ।

Comments are closed.