Related Contents

ନାବାଳିକା ଝିଅ ନିଖୋଜ

ରିପୋର୍ଟ- ସୌମ୍ୟ ରଞ୍ଜନ ସାହୁ
କୋରାପୁଟ (୦୪/୦୬): ବୋରିଗୁମ୍ମା ବିଜାପୁର ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର କ୍ରିଷ୍ଣା ହରିଜନ ଝିଅ ମୋନୀତା ହରିଜନ ୧୩ ବର୍ଷ ରବିବାର ସନ୍ଧ୍ୟା ୪.୩୦ରୁ ନିଖୋଜ ଥିବା ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି |

ଝିଅଙ୍କ ବାପା କ୍ରିଷ୍ଣା ହରିଜନ କହିବା ଅନୁଯାଇ ରବିବାର ଦିନ ଠାରୁ ଥାନାରେ ଲିଖିତ ଅଭିଯୋଗ ଜଣେଇବା ସତ୍ୱେ ଆଜି ପର୍ଯ୍ୟନ୍ତ ମୋ ଝିଅର ଖବର ମିଳୁ ନାହିଁ | ମନିତା ହରିଜନ ବିଜାପୁର ସ୍କୁଲ ସପ୍ତମ ଶ୍ରେଣୀରେ ପଢେ | ବାପା ଓ ମା କହିବା ଅନୁଯାଇ କେନ୍ଦୁଗୁଡା ଗ୍ରାମର ଜ୍ୟାଏଇ ଜିତୁ ହରିଜନ ଘର (ଜଗଦଲପୁର) ନାମକ ମନିତା ହରିଜନଙ୍କୁ ବାଇକରେ ବସେଇ ନେବା ନିଜେ ଓ ଗ୍ରାମବାସୀ ଦେଖିଥିବା କହିଛନ୍ତି | କେଉଁଠି ଓ କିପରି ଥିବ ମୋ ଝିଅ ବୋଲି ଦେଢ଼ ବର୍ଷର ଶିଶୁକୁ ଧରି ଟାଣୁଆ ଖରାରେ ଖୋଜିବାରେ ଲାଗିଛନ୍ତି ବାପା ଓ ମା | ଚାଇଲଡ ଲାଇନ ଟିମ ଖବର ପାଇ ଟିମ ଲିଡର ଗୀତା ପଟ୍ଟନାୟକ ଓ ଟିମ ମେମ୍ବର ପିଣ୍ଟୁ ନାଥନ ଏହି ପରିବାରଙ୍କୁ ସାହାଯ୍ୟ କରିବା ଦେଖିବାକୁ ମିଳିଛି ।

Comments are closed.