ଅନ୍ତଃ ରାଜ୍ୟ ଗଂଜେଇ ଚୋରା ଚାଲାଣରେ ୪ଜଣ ଗିରଫ

ରିପୋର୍ଟ- ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି ୩/୬: ମାଥିଲି ଥାନା ଅଧିକାରୀଙ୍କ ହାତରେ ପଡ଼ିଲା ଗଞ୍ଜେଇ ବ୍ୟବସାୟୀ । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦ ପାଲ୍ଲୀ ଛକ ନିକଟରେ ଧରା ପଡିଲେ ଚୋରା ଗଞ୍ଜେଇ ସହ ଚାରି ଜଣ ବ୍ୟବସାୟୀ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା ସେମାନେ ହେଉଛନ୍ତି ବାହାର ରାଜ୍ୟର ଲୋକ ।

ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲାକୁ ଗଞ୍ଜେଇ କାରବାରର ମୁଖ୍ୟ ସ୍ଥାନ କରି ମାଲକାନଗିରି ଜିଲ୍ଲାକୁ ବଦନାମ କରି ଆସୁଥିଲେ ଏହି ଗଞ୍ଜେଇ ବ୍ୟବସାୟୀ ମାନେ । ଧରା ପଡିଥିବା ୪ଜଣ ଗଞ୍ଜେଇ ବ୍ୟବସାୟୀ ମାନେ ୨ଟି କାର ମାରୁତି ସୁଜୁକି ଓମିନି ଓ ମାରୁତି ସୁଜୁକି ଡିଜାଇର ରେ ପ୍ରାୟ ୧୮୭ କିଲୋ ଗଞ୍ଜେଇ ନେଉଥିବା ବେଳେ ମାଥିଲି ପୋଲିସ ପାଖରେ ଧରା ପଡିଛନ୍ତି । ସେମାନେ ହେଉଛନ୍ତି ମୋହନ ନାଥ(୪୯) ଓ ଶ୍ୟାମସୁନ୍ଦର ପାଠକ(୭୩) ଉଭୟ ହେଉଛନ୍ତି ବିହାରର ଛପରା ଜିଲ୍ଲାର ଓ ଆଉ ୨ଜଣ ହେଉଛନ୍ତି ନିରାଜ କୁମାର(୧୯) ଓ ଧନଞ୍ଜୟ ସୋନି(୩୧) ଏମାନେ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ମାଲକାନଗିରି ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ୨୦୧୯ମସିହା ବର୍ଷକ ମଧ୍ୟରେ ମୋଟ ୪୫ଟି ଗଞ୍ଜେଇ କେସ ଧରା ପଡିଲା । ସେଥିରୁ ପ୍ରାୟ ୮୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ମୋଟ ୬୮ ଜଣ ଗଞ୍ଜେଇ ବ୍ୟବସାୟୀ ଗିରଫ ହୋଇଛନ୍ତି । ତନ୍ମଧ୍ୟରୁ ୩୮ ଜଣ ହେଉଛନ୍ତି ଅନ୍ୟ ରାଜ୍ୟର ଲୋକ ।

Comments are closed.