Friday, March 29, 2024

Top 5 This Week

Related Posts

ଜିଆଇଇଟି ଵିଶ୍ଵବିଦ୍ୟାଳୟ ର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ଦୁଇ ଦିନିଆ ଜାତୀୟ ପାଠଚକ୍ର ଉଦଘାଟିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୬) : ସ୍ଥାନୀୟ ଜିଆଇଇଟି ଵିଶ୍ଵବିଦ୍ୟାଳୟ ର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ପାଠଚକ୍ର ଆଜି ଅନଲାଇନ ମାଧ୍ୟମରେ ଉଦଘାଟିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ.ଆଇ.ଟି ରାଉରକେଲା ର ପ୍ରଫେସର ଡ଼ଃ ଶିବ ଶଙ୍କର ମହାପାତ୍ର, ଏନ.ଆଇ.ଟି ଅରୁଣାଚଳ ପ୍ରଦେଶ ର ପ୍ରଫେସର ଡ଼ଃ ଅନୁପ ପଲ, ମଦୁରାଇ ସ୍ଥିତ ଥିୟାଗ ରାଜର ମହାବିଦ୍ୟାଳୟ ର ପ୍ରଫେସର ଡ଼ଃ ଏମ ପଲଣିନାଥ ରାଜା, ଦିଲ୍ଲୀ ବୈଷୟିକ ଵିଶ୍ଵ ବିଦ୍ୟାଳୟ ର ପ୍ରଫେସର ଡ଼ଃ ସୁରେଶ କୁମାର ଗର୍ଗ ପ୍ରମୁଖ ଅଂଶଗ୍ରହଣ କରି ଶକ୍ତି ଏବଂ ସାମଗ୍ରୀ ଉତ୍ପାଦନ ଉପରେ ଗବେଷଣା କରିବା ଦିଗରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଜିଆଇଇଟି ଵିଶ୍ଵବିଦ୍ୟାଳୟ ର କୁଳପତି ଡ଼ଃ ଗୌତମ ଘୋଷ, ଡ଼ିନ ଏକାଡେ଼ମୀକସ ଡ଼ଃ ଏ.ଭି. ଏନ.ଏ ଲ. ଶର୍ମା, ବିଭାଗୀୟ ମୁଖ୍ୟ ପ୍ରଫେସର ଶିବବ୍ରତ ମହାନ୍ତି, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠଚକ୍ର ର ଉପଯୋଗିତା ବିଷୟରେ କହିଥିଲେ ।

ପାଠଚକ୍ର ର ଆବାହକ ଡ଼ଃ ପ୍ରବୀଣ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼ଃ କାଳୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠଚକ୍ର କୁ ସହ ଆବାହକ ଡ଼ଃ ଶ୍ରୀମନ୍ତ କୁମାର ମିଶ୍ର, ଗୋପାଳ କୃଷ୍ଣ ମହାନ୍ତି, ଶକ୍ତି ପ୍ରସନ୍ନ ଖାଡଙ୍ଗା, ସନ୍ତୋଷ କୁମାର ତ୍ରିପାଠୀ, ଶଶାଙ୍କ ଶେଖର ପଣ୍ଡା, ମାନସ ରଞ୍ଜନ ପଣ୍ଡା, ନଳିନୀ କାନ୍ତ ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି ଦୁଇ ଦିନିଆ ପାଠଚକ୍ରରେ ଛାତ୍ରଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକ ସମସ୍ତେ ଅଂଶଗ୍ରହଣ କରିଥିଲେ ।

Popular Articles