Friday, March 29, 2024

Top 5 This Week

Related Posts

ଅଡବା ଥାନା ଝରଣପୂର୍ ରୁ ଏକ କୋଟି ଟଙ୍କା ର ଗଞ୍ଜେଇ ଜବତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୬) : ଗଜପତି ଜିଲ୍ଲା ଅନ୍ତର୍ଗତ ଅଡବା ଥାନା ଅଞ୍ଚଳ ରୁ ଏକ କୋଟି ଟଙ୍କା ର ଗଞ୍ଜେଇ ଜବତ ।

ପ୍ରାପ୍ତ ସୂଚନା ଅନୁଯାୟୀ ଗଜପତି ଏସ ପି ଶ୍ରୀ ଜୟରାମ ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ତାଙ୍କ ଟିମ୍ ରାତ୍ର କାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ ଝରାନପୂର୍ ଛକ ଦେଇ ଏକ ୪୦୭ ଗାଡ଼ି ଆସୁଥିଲା । ଏହି ଗାଡିକୁ ଅଟକାଇ ତନଖି କରାଯିବାରେ ଜଣା ପଡିଛି କି ଏଥିରେ ଗଞ୍ଜେଇ ରହିଥିଲା ।

ଏହାକୁ ମାଜିଷ୍ଟ୍ରେଟ ତଥା ତହସିଲଦାର କିଶୋର ଦାସ ନିକଟରେ ମାପ କରିବା ପ୍ରାୟ ୧୦ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣା ପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଗଜପତି ଓ ରାୟଗଡା ଜିଲ୍ଲା ସୀମାରୁ ବହୁଳ ଭାବେ ଗଞ୍ଜେଇ ଚାଲାଣ ହୁଏ ।

Popular Articles