Related Contents

ପ୍ରବଳ ବର୍ଷାରେ ଅଳ୍ପକେ ବର୍ତିଲେ ରୋଷେଇଆ ପରିବାର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
କୋରାପୁଟ, ଲମତାପୁଟ(୦୪.୦୬.୨୦୧୯): ପ୍ରବଳ ବର୍ଷା ଯୋଗୁଁ ଗଛ ପଡ଼ି ଅଳ୍ପକେ ବର୍ତିଲେ ରୋଷେଇଆ ପରିବାର । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ପଞ୍ଚାୟତର ପ୍ରାଥମିକ ଛାତ୍ରାବାସରେ ଛାତ୍ରାବାସ ପରିସରରେ ଥିବା ଏକ ବିରାଟ ନିଳଗିରି ଗଛ ରୋଷେଇ ଘର ଉପରେ ପଡି ଯାଇଛି |

ଫଳରେ ଛାତ ଉପରେ ଥିବା ପାଣି ଟାଙ୍କି ନଷ୍ଟ ହେବା ସହ ଛାତ କିଛି ଭାଗ ଭାଙ୍ଗି ଯାଇଛି ଓ ଛାତ୍ରାବାସ ପରିସରରେ ଥିବା ରୋଷେଇଆଙ୍କ ପରିବାର ଅଳ୍ପରେ ବର୍ତ୍ତିଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳ ବର୍ଷା ବର୍ଷିଥିଲା | କାଲି ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି | ଗରମରୁ କିଛି ମାତ୍ରାରେ ତ୍ରାହି ମିଳିଥିବା ବେଳେ ଚାଷୀ ମାନେ ତତ୍ପର ହୋଇ ଉଠିଛନ୍ତି ହଳ କରିବାକୁ ।

Comments are closed.