ରିପୋର୍ଟ : ରାମନାଥ ଗନ୍ତାୟତ
ଗଞ୍ଜାମ, (୧୭/୦୬) : ଗତ ୧୫ ଜୁନ ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ର ରଙ୍ଗେଈଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ବ୍ରହ୍ମପୁର ନିକଟସ୍ଥ କନିସି ହାଟ ନିକଟରେ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି l
ଜିଲ୍ଲାରେ ଆମ୍ ଆଦମୀ ପାର୍ଟି ସଙ୍ଗଠନ କୁ ସକ୍ରିୟ କରିବା ସହ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ ପାଇଁ ଦସ୍ତଖତ ଅଭିଯାନ ଜୋରସୋରରେ ଚାଲିଛି l ଏହି କ୍ରମରେ କନିସି ହାଟ ଠାରେ ପାର୍ଟି ର କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାଇ ଦାବୀପତ୍ରରେ ଦସ୍ତଖତ କରିଥିଲେ l
କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପ ସଭାପତି ସୁଧୀର ପ୍ରଧାନ ବରିଷ୍ଠ ସଦସ୍ୟ ମନୋଜ କୁମାର ପାଢ଼ୀ, ରମେଶ ବେହେରା, ଅଶୋକ ଭୁକ୍ତା, ଜିଲ୍ଲା ଯୁବ ସଭାପତି ଗଣେଶ ପାତ୍ର, ଜିଲ୍ଲା ମହିଳା ଶାଖା ସମ୍ପାଦିକା ଆରତୀ ଦେବୀ, ମାମାଲି ବେହେରା, ନିଖିଳେଶ, ଡ଼. ରତିକାନ୍ତ ନାୟକ, ମନୋଜ ବିଷୋୟୀ, ମୁରଲୀଧର, ପ୍ରଦୀପ ଚୌଧୁରୀ, ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା,ମନୋଜ ମିଶ୍ର, ସୁରେଶ କୁମାର ସାହୁ, ଅକ୍ଷୟ ଅଚାରୀ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମତେ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l
ଆସନ୍ତା ଦିନରେ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ କମିଟି ଗଠନ କରାଯିବା ସହ ଦଳକୁ ମଜବୁତ କରିବା ପାଇଁ ଜନସାଧାରଣ ଙ୍କ ସହଯୋଗ ନିବେଦନ କରିଥିଲେ ଆବାହକ ଶ୍ରୀ ସୁବାଷ ରାଉତ l