ବାରହା ଆକ୍ରମଣରେ ଗୁରୁତର ଯୁବକକୁ ସାହାଯ୍ୟ କଲେ କୋବ୍ରା ବାଟାଲିୟନ

ରିପୋର୍ଟ: ନୟମି ଖରା
ପଡିଆ, ମାଲକାନଗିରି(୦୪.୦୬.୨୦୧୯): ଓଡିଶା ଛତିଶଗଡ ସୀମାନ୍ତର ମାଓ ପ୍ରବଣ ଅଂଚଳର ସୁକୁମା ଜ଼ିଲ୍ଲା ଅନ୍ତର୍ଗତ ତମେଲବାଡା ଗ୍ରାମର ପଦାମ ଗଙ୍ଗା କୌଣସି କାମରେ ଗତ ୧ତାରିଖରେ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ | ଏହି ଜଙ୍ଗଲ ରେ ଏକ ବାରହା ହଠାତ ଗଙ୍ଗା କୁ ଆକ୍ରମଣ କରିଥଲା |

ଆକ୍ରମଣରେ ଗଙ୍ଗାଙ୍କ ଛାତି ଓ ପେଟରେ ଆଘାତ ଲାଗିଥିଲା କିନ୍ତୁ ଗଙ୍ଗା କୌଣସି ପ୍ରକାରେ ବାରହା ନିକଟରୁ ଖସି ନିକଟରେ ଥିବା ଗାଁରେ ପହଂଚି ଥିଲେ | ଗ୍ରାମବାସୀ ମାନେ ଗଙ୍ଗାକୁ ନିକଟରେ ରହିଥିବା ୧୫୦କୋବ୍ରା ବାଟାଲିୟନ କ୍ୟାମ୍ପକୁ ନେଇଥିଲେ | ସେହିଠାରେ ୟୁନିଟ ଡେପୁଟି କୋମାଣ୍ଡେଣ୍ଟ ନିରଜ କୁମାର ଓ ସ୍ୱାସ୍ଥ୍ୟ ଅଧିକାରୀ ସୁରେନ୍ଦ୍ର ପ୍ସଲକୁଡ଼ି ଗଙ୍ଗାକୁ ପ୍ରାଥମିକ ଚିକିତ୍ସା କରିଥିଲେ | ପରେ ଡେପୁଟି କୋମାଣ୍ଡେଣ୍ଟ ନିରଜ କୁମାର ଗଙ୍ଗାକୁ ଦୋରାନପାଲି ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ | ଯବାନ ମାନେ କିଛି ଅର୍ଥ ମଧ୍ୟ୍ୟ ସାହାଯ୍ୟ କରିଥିଲେ ଓ ଗଙ୍ଗାଙ୍କ ପରିବାରକୁ ସାହାଯ୍ୟ ସହିତ ସାନ୍ତ୍ୱନା ଦେଇଥିଲେ | ଯବାନଙ୍କ ଏହିପରି ମହତ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଉଛି |

Comments are closed.