ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ରିପୋର୍ଟ: ରିଙ୍କୁ ସାହୁ
ବିଜେପୁର(୦୪.୦୬.୨୦୧୯): ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ପକ୍ଷରୁ ମଙ୍ଗଳବାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଏନ. କେ. ପାଢୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଖାଲିପଡ଼ିଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହଛି। ଦାବି ପୂରଣ ନ ହେଲେ ଆସନ୍ତା ୧୯ ତାରିଖ ଡାକ୍ତରଖାନା ସମ୍ମୁଖରେ ଅଞ୍ଚଳବାସୀ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସୁଶାନ୍ତ କୁମାର ଗଡତିଆ, ସଚ୍ଚିଦାନନ୍ଦ ପାତ୍ର, ମାନସ ରଞ୍ଜନ ମେହେର, ଦୀପକ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ ।

Comments are closed.