Friday, March 29, 2024

Top 5 This Week

Related Posts

ଗୁଣପୁର ପୋଲିସକୁ ମିଳିଛି ବଡ ସଫଳତା : ତମାଖୁ ସହ ଵୁଲେରୋ ଜଵତ ଓ ତିନି ଅଭିଯୁକ୍ତ ଗିରଫ

ରିପୋର୍ଟ। : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡା, (୧୭/୦୬) : ଦିନକୁ ଦିନ ଗୁଟୁଖା ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଗୁଣପୁର ପୋଲିସକୁ ମିଳିଛି ବଡ ସଫଳତା । ଆଜି ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୁଣପୁର ପୋଲିସ ଜାଲ ବିଛେଇ ଥିଲା ।

ଗୁଣପୁର ପୋଲିସକୁ ମିଳିଛି ବଡ ସଫଳତା । ଏକ ଧଳା ରଙ୍ଗ ର ଵୁଲେରୋ ପିକ୍ଅପ ଭ୍ୟାନରେ ବେଆଇନ ଭାବେ ବିପୁଳ ପରିମାଣରେ ଗୁଟୁଖା ଲୋଡ୍ ହୋଇ ଜେ.କେ. ପୁର ଗୁଣପୁର ଅଭିମୁଖେ ଆସୁଥିବା ସମୟରେ ଵିକ୍ରମପୁର ଠାରେ ଗୁଣପୁର ପୋଲିସ ଗାଡିଟିକୁ ଜବତ କରିଛି ଓ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଗୁଣପୁର ଥାନାରେ କେସ ନମ୍ବର – ୧୨୪, ଧାରା ୪୨୦/୩୪ ଆଇ ପି ସି, ସେକସନ -୨୪(୧) ରେ କେସ ରୁଜୁ କରାଯାଇଛି ।

ଜବତ ଗାଡ଼ିରେ ୫୦ ଵ୍ୟାଗ ଵିମଲ ପାନ ମସଲା, ଭି-୧ ବ୍ରାଣ୍ଡ ଗୁଟୁଖା ୧୫ ଵ୍ୟାଗ, ମାରୁତି ଖଇନି ୫୧ ଵ୍ୟାଗ, ସଫଲ ପାନ ମସଲା ୧୨ କାଟୁନ, ଵ୍ଲାକ ଲେଵେଲ ଗୁଟୁଖା ୧୫୦୦ ପ୍ୟାକେଟ ରହିଥିବା ଗୁଣପୁର ପୋଲିସ ସୂଚନା ଦେଇଛି । ଏହି ଵିପୁଳ ପରିମାଣର ଗୁଟଖା ଅଭିଯୁକ୍ତ ମାନେ ଗାଁ ଗଣ୍ଡାରେ ଥିବା ଦୋକାନୀ ମାନଙ୍କୁ ଯୋଗାଉଥିଲେ । ଫଳରେ ଗାଁ ଗଣ୍ଡାରେ ଥିବା ପିଲାମାନେ ଏହି ଜହରକୁ ଖାଇ ବିଭିନ୍ନ ମାରାତ୍ମକ ରୋଗରେ ପଡୁଥିବା ନଜରକୁ ଆସିଛି ।

ଏହି ମିସନରେ ରାୟଗଡା ପୋଲିସ ସହ ଗୁଣପୁର ପୋଲିସ ସାମିଲ ହୋଇଥିବା ସୂଚନା ମିଳିଛି । ପୋଲିସର ଏଭଳି ଆକ୍ସନ ମୁଡକୁ ଜନସାଧାରଣ ପ୍ରଶଂସା କରିଛନ୍ତି ଏବଂ ଆଗାମୀ ଦିନରେ ଏପରି ଧରପଗଡ ଜାରି ରଖି ଏହି ଗୁଟଖା କାରବାର ସମ୍ପୁର୍ଣ୍ଣ ଭାବେ ଵନ୍ଦ କରିବାକୁ ଆଶା ରଖିଛନ୍ତି । ତେବେ ଜନସାଧାରଣଙ୍କ ଏପରି ଆଶା ଓ ଭରସା ପୋଲିସ୍ ବାବୁମାନେ ପୂରଣ କରିବାରେ ସମର୍ଥ ହେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।

Popular Articles