Advertisements
Saturday, July 4, 2020
Home Cultural & Festival ରାୟଗଡାରେ ମହାଆଡମ୍ବରରେ ସାବିତ୍ରୀ ବ୍ରତ ପାଳିତ

ରାୟଗଡାରେ ମହାଆଡମ୍ବରରେ ସାବିତ୍ରୀ ବ୍ରତ ପାଳିତ

ରିପୋର୍ଟ:ଗୋପୀନାଥ ଗୌଡ଼
ରାୟଗଡା(୦୪.୦୬.୨୦୧୯): ଗତକାଲି ଥିଲା ପବିତ୍ର ସାବିତ୍ରୀ ବ୍ରତ | ଓଡ଼ିଆଙ୍କ ବାରମାସରେ ତେରପର୍ବରୁ ଏହି ବ୍ରତ ଅନ୍ୟତମ | ଏହି ବ୍ରତର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ ଭାବେ ପୁରୁଷ ମାନଙ୍କୁ ସମର୍ପିତ | ସ୍ତ୍ରୀ ନିଜର ସ୍ୱାମୀର ଦୀର୍ଘାୟୁ କାମନା କରି ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ଏହି ନିର୍ଜଳ ବ୍ରତ ରଖିଥାଏ ଲ ଏହି ବ୍ରତରେ ଯମଦେବ, ସାବିତ୍ରୀ ଏବଂ ସତ୍ୟବାନଙ୍କୁ ପୂଜା କରାଯାଇଥାଏ |

ସ୍ୱାମୀ ପ୍ରତି ସ୍ତ୍ରୀର ନିଷ୍ଠା, ପ୍ରେମ ଓ ତ୍ୟାଗର ପ୍ରତିକାତ୍ମା ଦର୍ଶାଇଥାଏ |ଏହି ବ୍ରତ କାରଣ ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ | କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ଜଣେ ଶ୍ରେଷ୍ଠ କନ୍ୟା ଥିଲେ | ଜଙ୍ଗଲରେ ଦିନେ ସତ୍ୟବାନଙ୍କୁ ଦେଖି ତାଙ୍କ ରୂପ ଗୁଣରେ ମୁଗ୍ଧ ହୋଇ ବିବାହ ପାଇଁ ଇଚ୍ଛାପ୍ରକାଶ କରିଥିଲେ | ବିବାହର ଏକ ବର୍ଷ ପରେ ସତ୍ୟବାନଙ୍କ ମୃତ୍ୟୁ ହେବା ଜାଣି ମଧ୍ୟ ସେ ସତ୍ୟବାନଙ୍କୁ ମନେ ମନେ ସ୍ୱାମୀ ରୂପରେ ସ୍ୱୀକାର କରିଥିବାରୁ ଆଉ କାହାକୁ ବିବାହ କରି ପାରିବେନି ବୋଲି କହିଥିଲେ | ଏହିପରି ଏକ ଦୃଢ଼ ସଂକଳ୍ପ କେଵଳ ଆମ ଭାରତୀୟ ସଂସ୍କୃତିରେ ହିଁ ଦେଖିବାକୁ ମିଳିଥାଏ | ସାବିତ୍ରୀ ସତ୍ୟବାନଙ୍କୁ ବିବାହ କରି ତାଙ୍କ କୁଟିଆରେ ହିଁ ରହୁଥିଲେ | ଠିକ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା | ନିଜ ସତୀତ୍ୱ ବଳରେ ସେ ଯମରାଜାଙ୍କୁ ଦେଖିପାରିଥିଲେ ଓ ନିଜର ଯୁକ୍ତି ବଳରେ ଯମରାଜଙ୍କୁ ସନ୍ତୁଷ୍ଟ କରି ସେ ନିଜ ସ୍ୱାମୀଙ୍କ ଜୀବନକୁ ଫେରାଇ ଆଣିଥିଲେ | ଏହି ପରମ୍ପରାକୁ ବଜାୟ ରଖି ଗତକାଲି ରାୟଗଡା ଜିଲ୍ଲାର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶ୍ରୀ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖାଦେଇଥିଲା |

ସେହିପରି ରାୟଗଡା ବ୍ରାହ୍ମଣ ସାହିରେ ଥିବା ରାଧାକାନ୍ତ ମନ୍ଦିରରେ ମଧ୍ୟ ଶହ ଶହ ସୋଧବା ନାରୀ ନିଜ ସ୍ୱାମୀଙ୍କର ମଙ୍ଗଳ କାମନା ଓ ଦୀର୍ଘାୟୁ ନିମନ୍ତେ ଏହି ବ୍ରତ ପାଳନ କରିଛନ୍ତି । ଘରେ ଘରେ ଏହି ପର୍ବଟି ପାଳିତ ହୋଇଯାଇଛି | ସଧୋବା ନାରୀ ମାନେ ନୂଆ ଶାଢ଼ୀ, ଚୁଡ଼ି ପିନ୍ଧି ଅଳତା, ସିନ୍ଦୁର ନାଇଁ ଅର୍ଣ୍ଣ ଜଳ ସ୍ବର୍ଶ ନକରି ବ୍ରତ ପାଳି ସ୍ୱାମୀ ଓ ପରିବାରଙ୍କ ମଙ୍ଗଳ କାମନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: