Friday, March 29, 2024

Top 5 This Week

Related Posts

ଶିକରପାଇ ରେଳ ଷ୍ଟେସନରେ ଟ୍ରେନ ରହଣୀ ପାଇଁ ଭାଜପା ପକ୍ଷରୁ ଦାବିପତ୍ର ପ୍ରଦାନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୬/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ର ଜାମୁଗୁଡ଼ା ଗ୍ରାମ ନିକଟରେ ଶିକରପାଇ ରେଳ ଷ୍ଟେସନ ରହିଅଛି । ପାହାଡ଼ ଜଙ୍ଗଲ ଘେରା ଏହି ଅଞ୍ଚଳ ରହିଛି ।WhatsApp Image 2022 06 16 at 8.17.12 PM ଶିକରପାଇ ରେଳ ଷ୍ଟେସନରେ ଟ୍ରେନ ରହଣୀ ପାଇଁ ଭାଜପା ପକ୍ଷରୁ ଦାବିପତ୍ର ପ୍ରଦାନ

ଏହି ଶିକରପାଇ ରେଳ ଷ୍ଟେସନ ଦେଇ ଏକ୍ସପ୍ରେସ ଓ ପସେଞ୍ଜର୍ ଟ୍ରେନ କୋରାପୁଟ ଦେଇ ଜଗଦଲପୁର ଅଭିମୁଖେ ଟ୍ରେନ ଯାତାୟତ କରୁଥିବା ବେଳେ ଅନ୍ୟ ପଟୁ ବିଶାଖାପାଟଣା ଭୁବନେଶ୍ୱର ତଥା ରାଜ୍ୟ ଓ ରାଜ୍ୟ ବାହାରକୁ ଯିବା ଆସିବା କରିବା ପାଇଁ ସୁବିଧା ରହିଅଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଯାତାୟାତ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ସ୍ଥିତି ସାମାନ୍ୟ ହେଲାପରେ ବି ହୀରାଖଣ୍ଡ ଏକ୍ସପ୍ରେସ ସମଲେଶ୍ଵରୀ ଏକ୍ସପ୍ରେସ, ରାଉଲକେଲା ଏକ୍ସପ୍ରେସ ଓ ପାଶେଞ୍ଜର ଟ୍ରେନ ଯାତାୟତ କରୁଅଛି କିନ୍ତୁ ପୂର୍ବ ଭଳି ପାଶେଞ୍ଜର୍ ଟ୍ରେନ ନୂତନ ସମୟ ଅନୁସାରେ ଶିକରପାଇ ଷ୍ଟେସନରେ ରହୁଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଆଉ ଶିକରପାଇ ଷ୍ଟେସନରେ ରହୁନାହିଁ ।

ଯାହା ଦ୍ଵାରା ଏହି ଅଞ୍ଚଳ ର ବ୍ୟବସାୟୀ, ଅତି ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଓ ପିଲାଙ୍କ ର ଶିକ୍ଷ୍ୟା କ୍ଷେତ୍ରରେ ଘୋର ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ କରି ଶିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ ଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ମାନେ ଶିକରପାଇ ରେଳ ଷ୍ଟେସନ କୁ ଆସି ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଡି ଆର ଏମ ଇଷ୍ଟ କୋଷ୍ଟ ରେଳ ବିଭାଗ କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ତା’ସହ ପାଶେଞ୍ଜର୍ ଟ୍ରେନ ର ରହଣି ସମୟ ପୂର୍ବପରି ସମୟ ଅନୁସାରେ ରହିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ପରେ ଜୁଲାଇ ଏକ ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ରେଳ ରୋକ୍ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଓ ଏଥିରେ କିଛି ବ୍ୟାଘାତ ହେଲେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ରେଳ ବିଭାଗ ଦାୟୀ ରହିବେ ବୋଲି ବରିଷ୍ଟ ନେତା ହରିହର ମିଶ୍ର କହିଛନ୍ତି ।

ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଜେ.କେ. ମଣ୍ଡଳ ସଭାପତି ତରୁଣ ଗରଡ଼ିଆ, ବରିଷ୍ଟ ନେତା ହଳଧର ମିଶ୍ର, ଶିବ ଭାଇ, ସୁରେଶ ଗୁଡ଼୍ଲା, ଶିକରପାଇ ମଣ୍ଡଳ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ୍ , ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ଯୁବ ମୋର୍ଚ୍ଚା ସଭାପତି ଦିଲିପ୍ ମିଣୀଆକା, ଆଦିବାସୀ ମୋର୍ଚ୍ଚା ସଭାପତି ଯମୁନା ମିଣିଆକା, ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଟ୍ଟନାୟକ ଏବଂ ଭାରତୀୟ ଜନତା ପାର୍ଟି ର ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

Popular Articles