Friday, March 29, 2024

Top 5 This Week

Related Posts

ସୋନପୁର ସଦର ଉପ-ଜିଲ୍ଲାପାଳ ଭାବେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୬) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପ ଜିଲ୍ଲାପାଳ ଭାବେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି l

ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୧୬୩୯୪/ଏସ ସି ଏସ, ଅନୁସାରେ ଡ଼ଃ ମିଶ୍ର ଙ୍କୁ ସୋନପୁର ସଦର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି l ଏହା ପୂର୍ବରୁ ଡ଼ଃ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ l

ସୂଚନା ଯୋଗ୍ୟ ଯେ, ସେ ଗତ ତା. ୨୪/୦୫/୨୧ ରିଖ ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗଦାନ କରି ସନ୍ଥାପନା ବିଭାଗ ସହ ଅତିରିକ୍ତ ଦାୟିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କ୍ରୀଡା ଓ ଯୁବସେବା ଅଧିକାରିଣୀ ଭାବେ ଦକ୍ଷତା ର ସହ ଦାୟିତ୍ୱ ତୁଲାଇଛନ୍ତି l ଡ଼ଃ ମିଶ୍ର ଆଜି ଅପରାହ୍ନରେ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲପାଳଙ୍କ ଦିଶା ନିର୍ଦ୍ଦେଶ ମତେ ଉପଖଣ୍ଡ ର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ପ୍ରଦାନ କରିବା ସହିତ 5T ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମ କୁ ସୁନିଶ୍ଚିତ କରିବା, ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ କୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲାର ରାଜସ୍ୱ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l

ଯୋଗଦାନ ପରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ସହ କାର୍ଯ୍ୟାଳୟ ସମ୍ୱନ୍ଧୀୟ ସୌଜନ୍ୟ ଆଲୋଚନା କରି ସମସ୍ତଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l

Popular Articles