Related Contents

ଟ୍ରାକ୍ଟର ଗାଡି ଦୁର୍ଘଟଣାରେ ରାସ୍ତା ନିର୍ମାଣ କାର୍ଯ୍ୟରତ ଡ୍ରାଇଭର ମୃତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୩.୦୬.୨୦୧୯): ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ବିଙ୍ଗରାଜଯୋଡି ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ ହୋଇଥିବା ଖବର ଆସିଛି |

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ରାସ୍ତା ନିର୍ମାଣ କାର୍ଯ୍ୟରତ ଟ୍ରାକ୍ଟର ଚାଳକ ଦଣ୍ଡାବାଡ଼ି ଠାରୁ ଚିଲପାଝଲି ରାସ୍ତା କାର୍ଯ୍ୟ ସାରି ବିଙ୍ଗରାଜଯୋଡି କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି | ରାସ୍ତା ପାର୍ଶ୍ୱରେ ଥିବା ବଡ଼ ଖାଲ ଯୋଗୁଁ ଟ୍ରାକ୍ଟର ଭାରସାମ୍ୟ ହରଇବା ବେଳେ ସେହି ସମୟରେ ଗାଡି ଚାଳକ ଗାଡିରୁ ଖସି ଯାଇଥିଲେ | ଏହି ସମୟରେ ପଛପଟୁ ଆସୁଥିବା ତାଙ୍କର କ୍ୟାମ୍ପର ନାରସିଙ୍ଗ ଦଳେଇ ନାମକ ଟ୍ରାକ୍ଟର ଚାଳକ ଘଟଣାର ଖବର ଗ୍ରାମବାସିଙ୍କୁ ଜଣେଇବା ପରେ ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା |

ପରେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ବିଶ୍ୱଜିତ ଭୂଇଁ ମୃତ ଘୋଷଣା କରିଛନ୍ତି | ଏହି ମୁତ ବ୍ୟକ୍ତିଙ୍କ ଠିକଣା ବିହାର ରାଜ୍ୟର ପାଟଣା ଅଂଚଳର ମାବାକପୁର କନ୍ନୟା ବୋଲି ଜଣାପଡିଛି | ବୈପାରୀଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥବା ଜଣାପଡିଛି |

Comments are closed.