Related Contents

କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ରିପୋର୍ଟ: ଡିଙ୍ଗର କିଶୋର ସାହୁ
ମ.ରାମପୁର,କଳାହାଣ୍ଡି(୦୩.୦୬.୨୦୧୯): ଗତକାଲି ରାତିରେ କାଳ ବୈଶାଖୀ ଯୋଗୁଁ କଳାହାଣ୍ଡି ଜିଲ୍ଲାର ବହୁ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟ କଥା ନ କହିବା ଭଲ ।

କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକର ବାଂକେଲ ଗ୍ରାମ ରେ ଏକ ବିରାଟ ଗଛ ପଡି ଯିବାରୁ 11କେଭିର ଟ୍ରାନ୍ସଫର୍ମର ଗୁଣ୍ଡ ହେବା ସହିତ ଗଜାଧର ସୁନାଙ୍କ ଘରର ଆଜବେଷ୍ଟ ଭାଙ୍ଗି ଯିବାର ଦେଖିବାକୁ ମିଳିଛି । ତେବେ ଏଥିରେ ତାଙ୍କପରିବାରର କୌଣସି ବ୍ୟକ୍ତି କ୍ଷତ ହୋଇ ନାହାନ୍ତି । ସୂଚନା ଅନୁଶାରେ ରବିବାର ରାତି ୯ ଟା ୩୦ରେ ଗଜାଧର ସୁନା ତାଙ୍କ ପରିବାର ସହିତ ଘରେ ଶୋଇଥିବା ବେଳେ ହଠାତ ଝଡ଼ ତୋଫାନ ହେତୁ ଘର ଉପରେ ଗଛ ପଡି ଯାଇଥିଲା | ଅଳ୍ପକେ ବର୍ତୀ ଯାଇଥିଲେ ତାଙ୍କ ପରିବାର । କେବଳ ଯେ ସୁନା ପରିବାର ନୁହେଁ ବରଂ ଅନ୍ୟାନ୍ୟ ଲୋକେ ମଧ୍ୟ ଏଥିରୁ ନିସ୍ତାର ପାଇ ନାହାନ୍ତି । ରାସ୍ତାରେ ଗଛ ଗୁଡିକ ପଡି ଯିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି ।

Comments are closed.