Related Contents

ବିଦ୍ୟୁତ ସେବାର ଲୁଚକାଳି,ଜନସାଧାରଣ ଅସ୍ତବ୍ୟସ୍ତ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୩.୦୬.୨୦୧୯): କୋରାପୁଟ ଜିଲ୍ଲା ୨ଟି ବ୍ଲକ ଲମତାପୁଟ ଓ ବୈପାରିଗୁଡାର ୪ଟି ପଞ୍ଚାୟତ ପେଟା,ଡାବୁଗୁଡା,ବୋଦାପୁଟ,ଓ ମହୁଲି ର ପ୍ରାୟ ୨୫ଟି ଗ୍ରାମ ସହିତ ବିଦ୍ୟୁତ ସେବାର ଲୁଚକାଳି ଖେଳ ଚାଲିଛି ।

ଏହା ଦିର୍ଘ ବର୍ଷ ଧରି ଚାଲିଛି । ଅଳ୍ପ ପବନ ଓ ବର୍ଷା ହେଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଉଛି। ଏହି ବିଦ୍ୟୁତ ସଂଯୋଗ ଜୟପୁର ଠାରୁ ରାଣିତୋଟା ଓ ପେଟା ଘାଟି ମଧ୍ୟ ଦେଇ ଡାବୁଗୁଡା ପଞ୍ଚାୟତର ମାର୍ଦିଙ୍ଗପଡା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି । ମାତ୍ର ତିନି ଜଣ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ଚାଲୁରହିଛି । ବାଧ୍ୟ ହୋଇ ପେଟା ପଞ୍ଚାୟତର ପେଟା,ନୁଆଗୁଡା,ରାଣିତୋଟା ଓ କାପୁଗୁଡାରୁ କିଛି ନିର୍ଦ୍ଧିଷ୍ଟ ଯୁବକ ମାନେ ସନ୍ଧ୍ୟା ହେଲେ ବିପଦ ପୁର୍ଣ୍ଣ ସ୍ଥାନ ମାନଙ୍କରେ ବିଦ୍ୟୁତ କାମରେ ଯାଉଛନ୍ତି । ଫଳରେ କିଛି ସମୟ ପାଇଁ କରେଣ୍ଟ ରହୁଚି । ଗୋଟିଏ ଗାଁରେ କରେଣ୍ଟ ଥିଲେ ଅନ୍ୟ ଏକ ଗାଁ ରେ ନଥାଏ । ଯୋଉ ଗାଁ ରେ ନଥାଏ ସେହି ଗ୍ରାମର ଲୋକମାନେ ଅନ୍ୟ ଲାଇନ୍ ଗୁଡ଼ିକର ଜମ୍ପରକୁ ପଥର ମାରି ଭାଙ୍ଗି ଦେଉଛନ୍ତି । ଜୟପୁର ସାଉଥ୍ କୋ ଯନ୍ତ୍ରୀ ଦିବାକର ସାହୁ ପ୍ରତିକ୍ରିୟା ରଖିଛନ୍ତି ଯେ ଏହି ଅଞ୍ଚଳ ପାଇଁ ମାତ୍ର ତିନି ଜଣ କର୍ମଚାରୀ ଅଛନ୍ତି । ତେଣୁ କାର୍ଯ୍ୟ କରିବାକୁ ଅସୁବିଧା ହୁଏ ଓ କେତେକ ଗ୍ରାମର ଲୋକ ମାନେ ବାରାହା ଶିକାର ପାଇଁ ୧୧କେଭି ତାର ଉପରେ ହୁକ୍ ପକାଇବା ଯୋଗୁଁ ବାରମ୍ବାର ବ୍ୟାଘାତ ସ୍ତୃଷ୍ଟି ହେଉଥିବା କହିଛନ୍ତି । ଏମିତି କି ପୁର୍ବତନ ଏଏସ୍ଆଇ ମଙ୍ଗଳୁ ବିଶୟି ଥିବା ସମୟରେ କିଛି ମାସ ପୂର୍ବରୁ ଏନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏମିତି ହେଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି। ତେବେ ଅଞ୍ଚଳ ବାସିନ୍ଦା କହିଛନ୍ତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଜଣାଈ ଥକି ଗଲୁଣି ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି |

Comments are closed.