Related Contents

ଜି ଆର ପି ପୋଲିସ ଦ୍ୱାରା ୪୫କିଲୋ ଗଂଜେଇ ଜବତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୩.୦୬.୨୦୧୯): ଆରପିଏଫ ଓ ଜିଆରପି ପୋଲିସର ମିଳିତ ଆନୁକୂଲ୍ୟରେ ଗତ ୦୨.୦୬.୨୦୧୯ଦିନ ୧୦ଘଣ୍ଟା ସମୟରେ ସିଙ୍ଗାପୁର ରୋଡ଼ ରେଲୱେ ଷ୍ଟେସନରୁ ୪୫କିଲୋ ଗଂଜେଇ ସହିତ ଗଂଜେଇ ଚାଲାଣକାରିକୁ ଗିରଫ କରିବରେ ସକ୍ଷମ ହୋଇଛି |

ଘଟଣାରୁ ପ୍ରକାଶ ଯେ ସିଙ୍ଗାପୁର ରୋଡ ଷ୍ଟେସନର ୧ନମ୍ବର ପ୍ଲଟଫାର୍ମରେ ଏକ ବ୍ୟକ୍ତି ସନ୍ଦେହ ଜନକ ଭାବରେ ଏକ ବ୍ୟାଗଧରି ବୁଲୁଥିଲା | ଏହି ସମୟରେ ପେଟ୍ରୋଲିଙ୍ଗ କରୁଥିବା ଆରପିଏଫ ଫୋର୍ସ ସନ୍ଧେହ କରି ବ୍ୟାଗ ଯାଞ୍ଚ କରିଥିଲେ | ଏଥିରୁ ଗଂଜେଇ ବାହାରିଥିଲା, ପରେ ଗଂଜେଇ ଚାଲାଣ କରି ରାଞ୍ଚିର ସୁମିତ କୁମାର ମହତଙ୍କୁ ଗିରଫ କରି ରାୟଗଡା ଆରପିଏଫ ଥାନାରେ ରଖାଯାଇଛି ଜେ କେ ପୁରରୁ ବିଶାଖାପାଟନମ ଗଂଜେଇ ଚାଲାଣ ହେଉଥିବା ବେଳେ ରେଲୱେ ପୋଲିସ ଫୋର୍ସ ଥାନା ଅଧିକାରୀ ଡି ଏନ୍ ତ୍ରିଲୋକ ଜି ଆର ପି ଥାନା ଅଧିକାରୀ ସୂବେନ୍ଧୁ ଶବର ଏହି ଚଢାଉରେ ସାମିଲ ଥିଲେ |

Comments are closed.