Friday, March 29, 2024

Top 5 This Week

Related Posts

ମର୍ମନ୍ତୁଦ ଭାବେ ଦୁଇ ବାଇକ ଦୁର୍ଘଟଣା ନେଇ ତୀବ୍ର ଉତ୍ତେଜନା : ଜଣେ ଗୁରୁତର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୫/୦୬) : ଟିଟିଲାଗଡ ବେଲ ଗାଁ ମୁଖ୍ୟ ରାସ୍ତା ର ହାଇସ୍କୁଲ ଫିଲଡ଼ ନିକଟସ୍ଥ ହନୁମାନ ମନ୍ଦିର ଛକ ଠାରେ ମର୍ମନ୍ତୁଦ ଭାବେ ଦୁଇ ବାଇକ ଦୁର୍ଘଟଣା ଘଟି ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଅତ୍ୟନ୍ତ ଗୁରୁତର ହୋଇ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଛନ୍ତି ।WhatsApp Image 2022 06 16 at 5.11.49 AM 1 ମର୍ମନ୍ତୁଦ ଭାବେ ଦୁଇ ବାଇକ ଦୁର୍ଘଟଣା ନେଇ ତୀବ୍ର ଉତ୍ତେଜନା : ଜଣେ ଗୁରୁତର

ସୂଚନା କ୍ରମେ ସନ୍ଧ୍ୟା ପ୍ରାୟ ୮ ଟା ୩୦ ସମୟରେ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ଗୋଟିଏ ବାଇକ କୁ ପଛ ପଟୁ ଆସୁଥିବା ଆଉ ଏକ ବାଇକ ଧକ୍କା ଦେଇଥିଲା । ମର୍ମନ୍ତୁଦ ଭାବେ ଦୁଇ ବାଇକ ଦୁର୍ଘଟଣା ଘଟିଥିଲା । ପ୍ରାରମ୍ଭିକ ଚିକିତ୍ସା କରିବା ସହ ଗୁରୁତର ଙ୍କୁ ବଲାଙ୍ଗୀର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।

ଟିଟିଲାଗଡ ପୋଲିସ ଉଭୟ ଗାଡି ଜବତ ସହ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି । ଏ ନେଇ ଘଟଣା ସ୍ଥଳ ଓ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Popular Articles