Friday, March 29, 2024

Top 5 This Week

Related Posts

ରାୟଗଡା ଜିଲ୍ଲା ବ୍ରାହ୍ମଣ ମହିଳା ସଙ୍ଘ (ଶକ୍ତି ବାହିନୀ) ଦ୍ୱାରା ରଜ ପର୍ବଟି ମହା ଆଡମ୍ବରରେ ପାଳନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୬) : ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ କୌଣସି ପର୍ବପର୍ବାଣୀ ପାଳନ କରାଯାଇନଥିବା ବେଳେ, ଚଳିତ ବର୍ଷ ରଜ ଉତ୍ସବଟିକୁ ମହା ଆଡମ୍ବରରେ ପାଳନ କରାଯାଉଛି ବୋଲି ରାୟଗଡା ଜିଲ୍ଲା ବ୍ରାହ୍ମଣ ମହିଳା ସମାଜ ର ସଭାପତି ଶ୍ରୀମତୀ ଶୁଭ୍ରା ପଣ୍ଡା କହିଛନ୍ତି ।

ଏହି ଅବସରରେ ରାୟଗଡା ଅଶୋକ କଲ୍ୟାଣ ମଣ୍ଡପ ଠାରେ ଏକ ରଜ ମଉଜ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ରଜପର୍ବଟି ମୁଖ୍ୟତଃ ମହିଳାଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ମହିଳାଙ୍କ ପାଇଁ ପିଠା ପ୍ରତିଯୋଗିତା ରଖାଯାଇଥିଲା । ଏହି ପ୍ରତିଯୋଗିତା ରେ ଯଶସ୍ୱିନୀ ରଥ ପ୍ରଥମ, ମମତା ପାଢ଼ୀ ଦ୍ଵିତୀୟ ଏବଂ ତୃତୀୟରେ ଜ୍ୟାହ୍ନା ମିଶ୍ର ମୁଖ୍ୟ ଅତିଥି ଙ୍କ ଠାରୁ ପୁରଷ୍କାର ଗ୍ରହଣ କରିଥିଲେ ।

ସେହିପରି ବକୃତା ପ୍ରତିଯୋଗିତାରେ ମଧ୍ୟ ସବିତା ମହାପାତ୍ର ପ୍ରଥମ ପ୍ରଦୀପ୍ତା ଦାସ ଏବଂ ସ୍ଵରସ୍ୱତୀ ମହାପାତ୍ର ଦ୍ଵିତୀୟ ସ୍ଥାନ ଏବଂ ତୃତୀୟ ରେ ସୁନିତା ସାମନ୍ତରାୟ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେହିଭଳି ଗୀତ ପ୍ରତିଯୋଗିତା ରେ ମଧ୍ୟ ପ୍ରବୀଣା ମିଶ୍ର ପ୍ରଥମ, ସୌଦାମିନୀ ଆଚାର୍ଯ୍ୟ ଦ୍ଵିତୀୟ ଏବଂ ଜସ୍ବସିନି ରଥ ତୃତୀୟ ଭାବେ ମୁଖ୍ୟ ଅତିଥି ଠାରୁ ପୁରସ୍କୃତ ହୋଇଥିଲେ ।

ମହିଳାଙ୍କ ପାଇଁ ଦୋଳି ମଧ୍ୟ ବନ୍ଧା ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ରାଜ୍ୟସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓଙ୍କୁ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ର ପୋୖରାଧ୍ୟକ୍ଷ ଶ୍ରୀଯୁକ୍ତ ପି. ମହେଶ ପଟ୍ଟନାୟକ ରାୟଗଡା ଜିଲ୍ଲା ବ୍ରାହ୍ମଣ ସମାଜ ର ସଭାପତି ଶ୍ରୀଯୁକ୍ତ ମୋଦନ ମୋହନ ପାଢ଼ୀ, ବ୍ରାହ୍ମଣ ମହିଳା ସମାଜ ର ସଭାପତି ଶ୍ରୀମତୀ ଶୁଭ୍ର ପଣ୍ଡା ଏବଂ ଶ୍ରୀମତୀ ବସନ୍ତ ମଞ୍ଜରୀ ବକ୍ସିପାତ୍ର ଙ୍କୁ ସମ୍ମାନିୟ ଅତିଥି ଭାବେ ଆମନ୍ତ୍ରଣ ହୋଇଥିଲେ ।

ସ୍ୱାଗତ୍ୟ ସମସ୍ତ ଅତିଥି ମଞ୍ଚାସିନ ହୋଇଥିଲେ ଏବଂ ମହିଳାଙ୍କ ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପଦକ୍ଷେପ ଉପରେ ନିଜ ନିଜ ମନ୍ତବ୍ୟ ଉପସ୍ଥାପନା କରିଥିଲେ ତଥା ଓଡ଼ିଶା ର ପରମ୍ପରିକ ପର୍ବପର୍ବାଣୀ ର କ’ଣ ମହତ୍ୱ ରହିଛି ତାହା ଉପରେ ଆଲୋଚନା କରିଥିଲେ l ଏହାପରେ ବିଜୟୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା l ସର୍ବ ଶେଷରେ ସମସ୍ତଙ୍କ ପାଇଁ ଭୋଜନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

Popular Articles