ତିନି ଦିନିଆ ଶିଶୁ ଶିବିର ଉଦଯାପିତ

0
113
ତିନି ଦିନିଆ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୬) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ଭାରତ ର ୭୫ ତମ ଆଜାଦି ର ଅମୃତ ମହୋତ୍ସବ ଉପଲକ୍ଷେ ବ୍ରହ୍ମାକୁମାରୀ ପୁରୁଣା କଟକ ଶାଖା ତରଫରୁ ଗତ ତିନି ଦିନିଆ ଶିଶୁ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଶିବିର ବୁଧବାର ରେ ଉଦଯାପିତ ହୋଇଛି l

ତିନି ଦିନିଆ ଶିଶୁ ଶିବିର ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ପୁରୁଣାକଟକ ଥାନା ଅଧିକାରୀ ଯୋସ୍ନାରାଣୀ କାଉଁରୀ ମୁଖ୍ୟ ଅତିଥି ଓ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l

ପୁରୁଣାକଟକ ସେବା କେନ୍ଦ୍ର ମୁଖ୍ୟ ସଂଚାଳିକା ବିକେ କବିତା ସଭାରେ ଅଧ୍ୟକତା କରିଥିଲେ ବିକେ ଝିଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିଶୁମାନଙ୍କର ଅନ୍ତର୍ନିହିତ ଶକ୍ତି ର ବୃଦ୍ଧି ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ତର୍କ ରଚନା ସାଧାରଣ ଜ୍ଞାନ, ଡ୍ରଇଁ, ସଂଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ବିକେ ପ୍ରଶାନ୍ତ, ବିକେ ବିଶ୍ୱନାଥ, ବିକେ ରିଙ୍କି ପ୍ରମୁଖ ସହଯୋଗ କରିଥିଲେ l