ବୟନ,ହସ୍ତତନ୍ତ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା (୦୨.୦୬.୨୦୧୯): କୋଟପାଡ଼ ବିଧାନସଭାରୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲା ପରେ ପ୍ରଥମ କରି ନିଜ଼ ଜ଼ିଲ୍ଲା କୋରାପୁଟକୁ ଗସ୍ତରେ ଯିବା ସମୟରେ ରାସ୍ତାରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ବିଜେଡି ପକ୍ଷରୁ କୋଟପାଡ ବିଧାୟିକା ଶ୍ରୀ ମତୀ ପଦ୍ମିନୀ ଦିଆନଙ୍କୁ ରାମନାଗୁଡା ବ୍ଳକ ଛକଠାରେ ସ୍ୱାଗତ ସମ୍ବର୍ଧନା କରାଯାଇଥିଲା ।

ଏଥିରେ ରାମନାଗୁଡା ବ୍ଳକ ବିଡିଓ ଶୁଧାକର ରୋଇତ, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସ୍ଥାନୀୟ ଯୁବ ନେତା ଅମିତ ମହାରଣା, ସ୍ଥାନୀୟ ନେତା ଗଗନ ବିହାରୀ ଆଚାର୍ଯ୍ୟ, ରଞ୍ଜନ ନାୟକ ବେହେରା, ହୃଷିକେଶ ପାତ୍ର,ମୁକଦ୍ଦ ପାଣି,ବାବୁ ମହାରଣା ଏବଂ ସମସ୍ତ ବିଜେଡି କର୍ମୀ ଯୋଗ ଦେଇ ଶ୍ରୀ ମତୀ ପଦ୍ମିନୀଙ୍କୁ ପୁଷ୍ପ ମାଲ୍ୟ ସହ ଫୁଲ ତୋଡା ଦେଇଥିଲେ | ଶ୍ରୀମତି ପଦ୍ମିନୀ ରାମନାଗୁଡା ବିଜେଡି ନେତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ | ଆଜି ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ମନ୍ତ୍ରୀ ଶ୍ରୀ ଜଗନାଥ ସାରକା ଓ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କୁ ସନ୍ଧ୍ୟାରେ ସ୍ୱାଗତ ପାଇଁ ପ୍ରସ୍ତୁତି ହେଉଥିବା ସମୟରେ ମନ୍ତ୍ରୀ ପଦ୍ମିନୀ ଦିଆନ ଆସୁଥିବାର ଖବର ପାଇଁ ରାମନାଗୁଡ଼ ବିଜେଡି ଦଳ ପକ୍ଷରୁ ସ୍ୱାଗତ ପାଇଁ ଆୟୋଜନ କରି ଥିଲେ |

Comments are closed.