Related Contents

ଗୁଣୁପୁରରେ ବିଜେଡ଼ିର ବିଜୟ ଶୋଭାଯାତ୍ରା

ରିପୋର୍ଟ: ପ୍ରଦୀପ ପାତ୍ର
ଗୁଣୁପୁର(୦୨.୦୬.୨୦୧୯): ଗୁଣୁପୁରରେ ବିଜେଡିର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡରେ ବିଜୁବାବୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ପୁରୁଣା ବସଷ୍ଟାଣ୍ଡରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ସହର ସାରା ପରିକ୍ରମା କରିଥିଲେ । ପରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ପ୍ରତି ଗ୍ରାମ ବୁଲିବା ଓ ଲୋକଙ୍କ ଆଶୀର୍ବାଦ ନେବା ଯୋଜନା ଥିବା ଜଣାପଡ଼ିଛି । ଏହି ଶୋଭାଯାତ୍ରାରେ ବିଜେଡ଼ିର ବିଜୟୀ ବିଷମକଟକ ବିଧାୟକ ଓ ନୂତନ ଆଦିବାସୀ କଲ୍ୟାଣ ଉନ୍ନୟନ ମନ୍ତ୍ରୀ ଜଗରନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ଯୋଜନା ବୋର୍ଡ଼ ସଦସ୍ୟ ସୁଧୀର ଦାସ ଓ ସହସ୍ରାଧିକ ବିଜେଡି କର୍ମୀ ବାଣ ଫୁଟାଇ ବିଜେଡିର ନାରା ଦେଇ ପରିକ୍ରମା କରିଥିଲେ ।

ଜାଗା ଜାଗା ରେ ଗୁଣୁପୁର ବାସୀ ଫୁଲମାଳ ପିନ୍ଧାଇଥିଲେ ଓ ସରବତ ଦେଇଥିଲେ । ଗୁଣୁପୁର ବାସୀ ଗୁଣୁପୁର ଓ ବିସମକଟକ ଅଞ୍ଚଳର ବହୁତ ଉନ୍ନତି ଆଶା ରଖିଥିବା ବେଳେ ଗୁଣୁପୁରରେ ଉନ୍ନତ ଧରଣର ପାର୍କର ଅଭାଵ, ପାନୀୟ ଜଳଯୋଗାଣ ସମସ୍ୟା ଦୂର କରିବା, ଥେରୁବାଲି ଯାଏଁ ରେଳ ପ୍ରସାରଣ ଓ ଗୁଣୁପୁର ଉପଖଣ୍ଡ ଚିକିତ୍ସାଲୟରେ ଡ଼ାକ୍ତର ସମସ୍ୟା ଦୂର କରି ଉନ୍ନତ ସେବା ଯୋଗାଇବା ପ୍ରତି ଜିତିଥିବା ପ୍ରାର୍ଥୀ ମାନେ ଧ୍ୟାନ ଦେବେ ବୋଲି ଆଶା ରଖିଛନ୍ତି ।

Comments are closed.