Related Contents

ଚିପ୍ସ ବୋଝେଇ ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ଶ୍ରମିକ ମୃତ୍ୟୁ

ଝରୀଗାଁ(ତ୍ରିନାଥ ଧୂରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତବେଡା ଗ୍ରାମ ନିକଟରେ ଆଜି ସକାଳ ୧୦.୩୦ ସମୟରେ ଏକ ଚିପ୍ସ ବୋଝେଇ ଟ୍ରାକ୍ଟର ର ଟ୍ରଲି ଓଲଟି ପଡିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମୃତ ଶ୍ରମିକ ଜଣକ କରମରି ଗ୍ରାମର ଖେମରାଜ ଭତ୍ରା(୨୦) । ଆଜି ସକାଳେ କରମରି ଗ୍ରାମର ଗୌରଚାନ୍ଦ ଭତ୍ରାଙ୍କ ଟ୍ରାକ୍ଟର ଚିପ୍ସ ଆଣିବାପାଇଁ ଡାବୁଗାଁ ବ୍ଲକର ରାବନା ଗୁଡା ଗ୍ରାମକୁ ଯାଇ ଚିପ୍ସ ଲୋଡ କରି ଫେରୁଥିବା ବେଳେ ଚିତାବେଡା ଗ୍ରାମ ନିକଟରେ ଟ୍ରାକ୍ଟରଟି ଦ୍ରୁତ ଗତିରେ ଥିବା ଯୋଗୁଁ ଟ୍ରଲି ଓଲଟି ପଡିବା ଫଳରେ ଟ୍ରଲିରେ ବସିଥିବା ଖେମରାଜ ଭତ୍ରା ନାମକ ଶ୍ରମିକ ଟ୍ରଲି ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲା । ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତକରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

Comments are closed.