Advertisements
Friday, June 5, 2020
Home Government News ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛି ହେଲେ ଜମି ଚିହ୍ନଟ ହେଉନି, ପ୍ରଶାସନ ଦୃଷ୍ଟି ଦେବାକୁ...

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛି ହେଲେ ଜମି ଚିହ୍ନଟ ହେଉନି, ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି(ଅମୁଲ୍ୟ ନିଶଙ୍କ): ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ଓଡିଶା ସରକାର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେକେ ରାୟଗଡା ଜ଼ିଲ୍ଲା ୨୦୦୬ଜଙ୍ଗଲ ଆଇନ ଅନୁଯାଇ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏହି ଜ଼ିଲ୍ଲା ଶୀର୍ଷରେ ରହିଆସିଛି|

ଘଟଣାରୁ ପ୍ରକାଶ ଯେ ଗତ ୨୦୧୦ ମସିହାରେ ଚନ୍ଦ୍ରପୁର ବ୍ଲକ ଅଧିନସ୍ତ ବିଜାପୁର ପଂଚାୟତ ଅନ୍ତର୍ଗତ ଲିଡିଙ୍ଗପଦର ଓ ଲମ୍ଭାରୁ ଗ୍ରାମବାସୀ ବାସୀଙ୍କୁ ୧୨୨୯୧/୨୦୧୦, ୧୧୨୫୯/୨୦୧୦, ୧୧୧୨୬୩ /୨୦୧୯ ଏହିପରି ସର୍ବମୋଟ ୩୯ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇଛି | ସେଥିରେ ମଳାଙ୍ଗବାଜୁ ମୋୖଜ଼ା ଓ ଗ୍ରାମ ଦର୍ଶାଯାଇଛି ଓ ସେହି ଜଙ୍ଗଲ ଜମି ଶିରୋନାମାରେ ଖାତା ନ ପ୍ଲଟ ନ ଓ କିସମ ସମ୍ପୂର୍ଣ୍ଣ ଭାବେ ଦର୍ଶାଯାଇନି | ଠିକ ସେହିପରି ନୂଆଗାଁ ଆଦିବାସୀଙ୍କୁ ଗତ ୨୦୧୫ସାଲରେ ଜଙ୍ଗଲ ଶିରୋନାମା ଏଫ ଆର ସି ନ ୨୧୬୮୫/୨୦୧୫, ୨୧୬୭୩/୨୦୧୫, ୨୧୬୯୦/୨୦୧୫ ଏହିପରି ୧୯ଜଣଙ୍କୁ ଦିଆଯାଇଛି | ଏଥିରେ ସମ୍ପୂର୍ଣ୍ଣ ଭାବେ ମୋୖଜ଼ା, ଗ୍ରାମର ନାମ ଖାତା ପ୍ଲଟ ନ ଉଲେଖ ଅଛି | ପୁନଶ୍ଚ ଆଶ୍ଚର୍ଯ୍ୟର ବିଷୟ ୨୦୧୦ରେ ଯେତେବେଳେ ଲିଡିଙ୍ଗପଦର ବାସୀଙ୍କୁ ଜଙ୍ଗଲ ଜମି ଶିରୋନାମା ଦିଆଯାଇଛି, ସେଥିମଧ୍ୟରୁ ୧୧୨୭୪/୨୦୧୦ ଯାହାକି ବିନାମିନୀ କିନିହାଡାକା, ୧୧୨୮୯/୨୦୧୦ ନାହ ଦଶପ୍ରାସ୍କା, ୧୧୨୭୫/୨୦୧୦ଆୟୁବ କିନିହାଡାକାଙ୍କ ନାମରେ ଦିଆଯାଇଛି | ୨୦୧୦କୁ ସେମାନଙ୍କ ବୟସ ୧୦ରୁ୧୨ ବର୍ଷ ଥିଲା ସେମାନଙ୍କୁ କିପରି ଜଙ୍ଗଲ ଜମି ପଟ୍ଟା ଦିଆଗଲା ବୋଲି ନୂଆଗାଁ ବାସି ପ୍ରଶ୍ନ କରିଛନ୍ତି |

ଘଟଣାରୁ ପ୍ରକାଶ ଯେ ଲିଡିଙ୍ଗପଦର ଗ୍ରାମବାସି ୦୭.୦୬.୨୦୧୭ରେ ନୂଆଗାଁବାସୀଙ୍କ ଜମି ବିଜେପୁର ମୋୖଜ଼ାର ଖାତା ନ ୬୦, ୬୧ର ପ୍ଲଟ ନ ୪୯୬, ୫୧, ୫୨୦, ୫୨, ୫୪୩, ୫୨୧, ୫୭, ୫୨୨, ୬୦୫ ଓ ଖାତା ନ ୫୯/୩୦ ରୁ କାଜୁ ଗଛ ଫଳଗୁଡିକୁ ଚୋରି କରି ନେଇଯାଇଥିଲେ | ଏହି ସମ୍ପର୍କରେ ନୂଆଗାଁ ଗ୍ରାମବାସୀ ଚନ୍ଦ୍ରପୁର ଥାନାରେ ଏକ କେସ ଦେଇଥିଲେ | ଚନ୍ଦ୍ରପୁର ଥାନା କେସ ନ ୮/୦୯.୦୬.୨୦୧୭ ଅନୁଯାଇ ଘଟଣାର ତଦନ୍ତ କରି କାଜୁ ଚୋରି ଓ ଗଣ୍ଡଗୋଳ କରିଥିବା ନେଇ ଭାରତୀୟ ପିଙ୍ଗଳ କୋଡ଼ ଧାରା ୨୯୪, ୩୨୩, ୪୪୭, ୫୦୬, ୩୦୭, ୩୪ ଅନୁଯାଇ ଦାଉଦୁ ଦାସପ୍ରାସକା ନିଡିଆ ଦାସପ୍ରାସ୍କା ଓ ମାଥୁ କିନିହାଡାକାକୁ ବିଷମକଟକ କୋର୍ଟକୁ ଚାଲାଣ କରିଥିଲେ କିନ୍ତୁ କିଛି ଦିନ ପରେ ଏହି ବ୍ୟକ୍ତି ମାନେ ମାନ୍ୟବର ଗୁଣୁପୁର ଅତିରିକ୍ତ କୋର୍ଟରୁ ସର୍ତ୍ତ ମୂଳକ ଜାମିନରେ ଆସିଥିଲେ ଓ ଜୋର ଜବରଦସ୍ତ ନୂଆଗାଁ ବାସୀଙ୍କ ଜମି ଚାଷ କରିଥିଲେ | ଏହି ବିଷୟ ନେଇ ନୂଆଗାଁବାସି ଉପଜ଼ିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ | ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ପାଇ ଉପଜ଼ିଲ୍ଲାପାଳ ୨୦୧୭ ନଭେମ୍ବରରେ ଚନ୍ଦ୍ରପୁର ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ ଯେ ନୂଆଗାଁ ଓ ଲିଡିଙ୍ଗିପୋଦର ବିବାଦୀୟ ଜମିରୁ ଫସଲ କାଟି ତହସିଦାରଙ୍କ ଜିମାରେ ରଖିବା ପାଇଁ ଆଦେଶ ଦେଇଥିଲେ | ତହସିଲଦାରଙ୍କ ନିର୍ଦ୍ଧେଶକ୍ରମେ ଚନ୍ଦ୍ରପୁର ଆର ଆଇ ଓ ପୋଲିସ ପ୍ରସାଶନ ବିବାଦୀୟ ଜମିରେ ପହଁଚିବା ପୂର୍ବରୁ ଲିଡିଙ୍ଗିପଦର ଓ ଲମ୍ବାରୁ ଗ୍ରାମବାସୀ ଜମିରୁ ସମ୍ପୂର୍ଣ ଭାବେ ଫସଲ କାଟି ନେଇଯାଇଥିଲେ ପୁନଶ୍ଚ ୨୦୧୮ମସିହାରେ ଲମ୍ବାରୁ ଓ ଲିଡିଙ୍ଗପୋଡାରବାସି ନୂଆଗାଁବାସିଙ୍କ କାଜୁ ଗଛରୁ ପୁଣି ସମ୍ପୂର୍ଣ୍ଣ କାଜୁ ନେଇଯାଇଥିଲେ ଜମି ଚାଷ କରିବା ପୂର୍ବରୁ | ଏହି ବିଷୟ ନେଇ ନୂଆଗାଁ ବସି ଉପଜ଼ିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ଉପଜ଼ିଲ୍ଲାପାଳ ଉକ୍ତ ଜମିରେ ୧୪୪ ଧାରା ଜାରି କରିଥିଲେ | ଜମି ଚି଼ହ୍ନଟ ଘଟଣାରେ ସମାଧାନ ନିମନ୍ତେ ନୂଆଗାଁବାସି କ୍ରମାଗତ ଭାବେ ୦୯.୦୬.୨୦୧୭, ୦୪.୦୭.୨୦୧୭, ୧୨.୦୭.୨୦୧୭, ୧୭.୦୭.୨୦୧୭, ୦୮.୦୮.୨୦୧୭,୧୫.୦୯.୨୦୧୭, ୨୫.୦୯.୨୦୧୭, ଏହିପରି ବହୁବାର ଜ଼ିଲ୍ଲାପାଳ ପୋଲିସ ଆରକ୍ଷୀ ଅଧକ୍ଷଙ୍କୁ ବାରମ୍ବାର ମିଶିଥିଲେ ମଧ୍ୟ୍ୟ କେବଳ ଆଶ୍ୱାସନା ହିଁ ମିଳିଥିଲା | କିନ୍ତୁ ଘଟଣାରେ ସମାଧାନ ହୋଇ ପାରିଲାନାହିଁ |

ଏଥିନେଇ ପୂର୍ବତନ ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର ଘଟଣାର ସମାଧାନ ପାଇଁ ଚନ୍ଦ୍ରପୁର ତହସିଲଦାରଙ୍କୁ ତାଗିଦ କରିଥିଲେ କିନ୍ତୁ ଘଟଣାରେ କୌଣସି ସୁଫଳ ମିଳିଲା ନାହଁ | ତହସିଲଦାର ଜମିରେ ଲାଲ ଜେଣ୍ଡା ପୋତି ଚାଲିଗଲେ କିନ୍ତୁ ଜମି ବିବାଦରେ ସମସ୍ୟା ସମାଧାନ ହୋଇପାରିଲା ନାହିଁ | ଆଦିବାସୀଙ୍କ ଜମି ଚି଼ହ୍ନଟ କରି ଜମି ହସ୍ତାନ୍ତର ନ କରାଯାଏ ତାହାହେଲେ ଭବିଷ୍ୟତ ରେ ଆଦିବାସୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେବାର ଆଶଙ୍କା ଅଛି | ଏଥିରେ ସନ୍ଧେହ ନାହିଁ ଆଦିବାସୀଙ୍କ ମଧ୍ୟରେ ରକ୍ତପାତ ପୂର୍ବରୁ ରାୟଗଡା ନୂତନ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମର ବେହେରା ଓ ନୂତନ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଶ୍ରୀ ଜଗନାଥ ସାରକା ଦୃଷ୍ଟି ଦେଇ ଘଟଣାର ସମାଧାନ କରିବା ନିମନ୍ତେ ଅଂଚଳବାସି ନିବେଦନ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

Recent Comments

%d bloggers like this: