Related Contents

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଡୁଙ୍ଗୁରିପାଲି(ରତ୍ନାକର ସେଠ): ଗତକାଲି ଅପରାହ୍ନରେ ସରଗୁଲ ଗ୍ରାମରେ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

ମୃତ ମହିଳା ଜଣକ ହେଲେ ମହାରଗୀ ସେଠ (୭୮) | ସେ ବିଲକୁ ଯାଉଥିବା ସମୟରେ ହଠାତ ବଜ୍ରପାତ ଯୋଗୁଁ ସେ ପଡିଯାଇଥିଲେ | ତାଙ୍କୁ ପରିବାର ଓ ଗ୍ରାମବାସୀ ଡୁଙ୍ଗୁରିପାଲି ଡାକ୍ତରଖାନା କୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଆଜି ବିନିକା ଡାକ୍ତରଖାନାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି |

Comments are closed.