ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ

0
123
ଆନ୍ତଃ ଜିଲ୍ଲା ସ୍ତରୀୟ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୧୫/୦୬) : ବିଷମକଟକ ବ୍ଲକ କୁ ସୁନ୍ଦରଗଡ ଜିଲ୍ଲା ଡ଼ିପିଏମ ସୁନୀଲ ଟପୋ ଙ୍କ ନେତୃତ୍ୱରେ ଏକ ୧୫ ଜଣ ବିଶିଷ୍ଟ ଟିମ ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପ୍ରଦର୍ଶନ ଭ୍ରମଣରେ ଆସିଥିଲେ ।WhatsApp Image 2022 06 15 at 5.07.05 AM ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ

ପ୍ରଥମେ ମୁନିଗୁଡା ଅଞ୍ଚଳ ର ଶିବପଦର, ଜଗଦଲପୁର ଯାଇ ସେଠାରେ ଉନ୍ନତ ପ୍ରଣାଳୀରେ ଛେଳି ଘର, ପନିପରିବା ଚାଷ ବୁଲି ଦେଖିବା ସହ ଆଗୁଆ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀ ମାନେ ଚାଷ କୌଶଳ ବୁଝାଇବା ସହ ହର୍ଷ ଟ୍ରଷ୍ଟ ସହଯୋଗରେ ସେମାନେ କିପରି ସେମାନଙ୍କର ଆୟ ବୃଦ୍ଧି ହେଉଛି ଜଣାଇଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ଟିମ ବିଷମକଟକ ବ୍ଲକ ର ମ।ଳିଶିରିପୂର, ପରଡିଗୁଡ଼ା ଅଞ୍ଚଳ ବୁଲି ଦେଖିବା ସହ ଟ୍ରେଲି ମାଧ୍ୟମରେ ପୋଟଳ, କୁନ୍ଦୁରୀ, କାକୁଡି ଓ ଲତାଜାତୀୟ ଫସଲ କିପରି ସୁନ୍ଦର କୌଶଳରେ ଚାଷ ହୋଇପାରୁଛି ତାହା ଜାଣିବାକୁ ପାଇଲେ । ପରଡିଗୁଡା ଗ୍ରାମ ଠାରେ ମଞ୍ଚ ଥିବା ଛେଳି ଘର ଓ ସୌରତାର ବାଡ ୟୁନିଟ ବୁଲି ଦେଖିବା ସହ ସେମାନଙ୍କ ଅଞ୍ଚଳରେ ଏହାର ବ୍ୟବହାର କରିବା ଲାଗି ମତ ପ୍ରକାଶ କରିଥିଲେ ।

ଈତି ମଧ୍ୟରେ ଟିମର ସଦସ୍ୟ ମାନେ ଉପସ୍ଥିତ ଉତ୍ପାଦକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ସହିତ ଚାଷବାସ, ବିକ୍ରିବଟା, ଗୃହପାଳିତ ପଶୁପକ୍ଷୀଙ୍କ ଟୀକାକରଣ ତଥା ଆନୁଷଙ୍ଗିକ କୃଷି ଉପରେ ପଚାରି ବୁଝିଥିଲେ । ଉକ୍ତ ଟିମରେ ଆସିଥିବା ପ୍ରାଣୀମିତ୍ର ମାନେ ସେମାନଙ୍କର ଅଭିଜ୍ଞତା ସଦସ୍ୟା ମାନଙ୍କ ସହ ବିନିମୟ କରିଥିଲେ । ବିଶେଷ କରି ଯେଉଁ ସବୁ ନୂଆ ମଡେଲ ହର୍ଷ ଟ୍ରଷ୍ଟ ଦ୍ଵାରା ବିଷମକଟକ ଅଞ୍ଚଳରେ ଗ୍ରହଣ କରାଯାଇଛି ସେହି ସବୁ ମଡେଲ ଗୁଡିକୁ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ କରିବା ପାଇଁ ମତ ପ୍ରକାଶ କରିଥିଲେ ।WhatsApp Image 2022 06 15 at 5.07.04 AM ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ

ଓଡିଶା ଜୀବିକା ମିଶନ ତରଫରୁ ସଭାରେ ଉପସ୍ଥିତ ଥିବା ଏମ.ବି.କେ. ଅମ୍ବିକା ରଣା ସଦସ୍ୟା ମାନଙ୍କର ଆୟ ବୃଦ୍ଧି କ୍ଷେତ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ ର ଭୂମିକା ଉପରେ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ହର୍ଷ ଟ୍ରଷ୍ଟ ର ଟିମ ଲିଡର ଶିବ ପ୍ରସାଦ ସାହୁ ପରିଚାଳନା କରିବା ସହିତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଟିମରେ ପ୍ରସନ୍ନ କୁମାର ମୋଦୀ, ମୁନିଗୁଡା ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତଥା ଅନ୍ୟ ମାନ୍ୟଗଣ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଅପରାହ୍ନ ସମୟରେ ସମବାୟ ମାଧ୍ୟମରେ କୁକୁଡା ଚାଷରୁ କିପରି ଆର୍ଥିକ ଉନ୍ନତି ହୋଇପାରିବ ସେହି ବିଷୟରେ ରଘୁନାଥ ଆଚାରୀ ବିବରଣୀ ପ୍ରଦାନ କରିବା ସହ ହ।ଚେରି ୟୁନିଟ ଓ ଫାର୍ମ ବୁଲାଇ ଦେଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ହର୍ଷ ଟ୍ରଷ୍ଟ ତରଫରୁ ଚିରଞ୍ଜିବୀ ପ୍ରଧାନ, ଶ୍ରୀନ।ଥ କ।ଣ୍ଡ।ମ।କା, ସେବିଲି ଭୁବନ, ରାଜେଶ ଉର୍ଲାକା, ଜୀବନ କନ୍ଧପାଣି ଆଦି ସହଯୋଗ କରିଥିଲେ ।