Related Contents

ବୈପାରୀଗୁଡା ଥାନା ପକ୍ଷରୁ ଆମ ପୋଲିସ ବୈଠକ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଥାନା କାର୍ଯ୍ୟାଳୟ ପରିସରରେ ଗତକାଲି ଅପରାହ୍ନ ଛଅଟା ବେଳେ ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଆୟାଜିତ ଏହି ବୈଠକରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଅଧକ୍ଷତା କରିଥିବା ବେଳେ ବୈପାରୀଗୁଡା ସରପଞ୍ଚ ସଙ୍ଘର ସଭାପତି ଭାଗିରଥି ମୁର୍ଜିଆ ଯୋଗ ଦେଇଥିଲେ | ଏହି ବୈଠକରେ ମହିଳା ଓ ଶିଶୁ ସହ ନାବାଳିକା ସୁରକ୍ଷା, ଏବଂ ବାଲ୍ୟ ବିବାହ ପାଇଁ ସଚେତନ, ହେଲିମଟ ବ୍ୟବହାରକୁ ନେଇ ସଚେତନ, ପେଟାଘଟିରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବା, ବୈପାରୀଗୁଡା ଥାନା ଅଂଚଳରେ ବିଭିନ୍ନ ଅପରାଧ ରୋକିବା ପାଇଁ ଆଲୋଚନା କରାଯାଇଥିଲା | ଏହି ବୈଠକରେ ବୈପାରୀଗୁଡାର ସଚେତନ ନାଗରିକ ପକ୍ଷରୁ ଆର ଡାମ୍ବିକ ରାଓ, ସଦା ମଲିକ, ଜେ ସୁଧାକର ରାଓ, ସଦା ଗୌଡ଼, ଅଶୋକ ଦାଶ, ସୋନୁ ତେନ୍ତୁଳିପଡିଆ, ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟ ସହ ସାମ୍ବାଦିକ ଯୋଗ ଦେଇଥିଲେ |

Comments are closed.