ବିଶ୍ୱ ରକ୍ତଦାତା ଦିବସ ପାଳିତ

0
140
ବିଶ୍ୱ ରକ୍ତଦାତା ଦିବସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୬) : ସୁବର୍ଣ୍ଣପୁର ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ ପ୍ରକୋଷ୍ଠ ଠାରେ ବିଶ୍ୱ ରକ୍ତଦାତା ଦିବସ ୨୦୨୨ ପାଳିତ ହୋଇ ଯାଇଛି l

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ ଅଧିକାରୀ (ଭାରପ୍ରାପ୍ତ) ଡା. ପଦ୍ମହଂସା ଦୋରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଶ୍ୱ ରକ୍ତଦାତା ଦିବସ ରେ ସମସ୍ତ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିବା ସକାଶେ ସଂକଳ୍ପ ନେବାକୁ ଆହ୍ୱାନ କରି ଏହି ମହତ କାର୍ଯ୍ୟରେ ନିଜର ଯୋଗଦାନ କୁ ସୁନିଶ୍ଚିତ କରି ଅମୂଲ୍ୟ ଜୀବନ ଦାନରେ ଭାଗିଦାରୀ ହେବାକୁ ପରାମର୍ଶ ଦେଇଛନ୍ତି l

ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ସୋନପୁର ପ୍ରକାଶ ଚନ୍ଦ୍ର ସାହୁ, ଡ଼ଃ ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ, ପରିବାର କଲ୍ୟାଣ, ବିଶ୍ୱମ୍ବର ବେହେରା, ଡି ପି ଏମ, ଶ୍ରୀବତ୍ସ ମଲ୍ଲିକ, ସମାଜସେବୀ ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ଅବସରରେ ସକାଳ ୭ ଘଣ୍ଟା ସମୟରେ ଏନ ସି ସି ଅଧ୍ୟକ୍ଷ ଆଶୀଷ ଅଗ୍ରୱାଲ ଙ୍କ ନେତୃତ୍ୱରେ ସମର ଶିକ୍ଷ୍ୟାଥୀ ବାହିନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମକର୍ତ୍ତା, ସ୍ୱଚ୍ଛ ଭାରତ ସଙ୍ଗଠନ, ଜିଲ୍ଲା ରକ୍ତଦାତା ସେବା ସଙ୍ଘ ଓ ଅଗ୍ରଣୀ ସମାଜସେବୀ ସଙ୍ଗଠନ ପ୍ରଭୁତି ର କର୍ମକର୍ତ୍ତାଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସୋନପୁର ସହର ପରିକ୍ରମା କରିଥିଲେ l
ଆୟୋଜିତ ସଚେତନତା ସଭାରେ ଜିଲ୍ଲା ର ଛଅ ଟି ବ୍ଲକ ର ଛଅ ଟି ସଙ୍ଗଠନ ଯଥା -ମାହେଶ୍ୱରୀ ସେନା, ମାହେଶ୍ୱରୀ ସଂଗଠନ, ଡବ୍ଲୁ ଓ ୱାଇ ଏମ, ସେବା ଫାଉଣ୍ଡେସନ, ବଜରଙ୍ଗ ଦଳ, ଜିଲ୍ଲା ରକ୍ତଦାତା ସଙ୍ଘ ସହିତ ରକ୍ତଦାତା ବ୍ରଜେଶ୍ବରୀ ପାତ୍ର, ଦେବରାଜ ଦାସ, ମନୋଜ ପଣ୍ଡା, ମୋହନ ଦଣ୍ଡିଆ ପ୍ରମୁଖ ଙ୍କୁ ସ୍ୱତନ୍ତ୍ର ମାନପତ୍ର ସହିତ ଉପଢୌଙ୍କନ ଦେଇ ସମର୍ଦ୍ଧିତ କରାଯାଇ ଥିଲା l ଏହି ଅବସରରେ ମନୋରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଓ ରକ୍ତଦାତା ମନୋଜ ପଣ୍ଡା ନିଜ ନିଜର ଅନୁଭୂତି ବାଣ୍ଟି ଥିଲେ l

ସଭା ପରେ ପରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ପୌରୋହିତ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଅଦ୍ୟ ସଭାକାର୍ଯ୍ୟରେ ନାରାୟଣ ରଥ ସହଯୋଗ କରିଥିବା ବେଳେ ଅକ୍ରୁର କୁମାର ହୋତା ସଭା ପରିଚାଳନା କରିଥିଲେ ଓ ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l