Related Contents

ନଦୀକୁ ମାଛ ଧରିବାକୁ ଯାଇ ଝଡ ବତାସ ଯୋଗୁ ଜଣେ ମୃତ୍ୟୁ

ଚିତ୍ରକୋଣ୍ଡା(ରାଜକମଳ ପୁରୋହିତ): ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକlମାମୁଡ଼ି ଗ୍ରାମ ପଂଚାୟତ ବାମେରିଙ୍ଗ ଗ୍ରାମର ଆଙ୍ଗରା ମୁଦୁଲି ବୟସ -୩୫, ଗତ କାଲି ଅପରାହ୍ନରେ ଗାଡିଙ୍ଗପଦର ଲାରିଗୁଡା ନଦୀକୁ ଦେଶୀ ଡଙ୍ଗାରେ ମାଛ ମାରିବାକୁ ଯାଇଥିଲେ |

ହଠାତ ଝଡ଼ ତୋଫାନ ଆସିବାରୁ ଡଙ୍ଗାଟି ଓଲଟି ଯାଇ ବୁଡ଼ି ଯାଇଥିଲା ଫଳରେ ଆଙ୍ଗରା ପାଣିରେ ବୁଡ଼ିଯାଇଥିଲେ | ଦୀର୍ଘ ୧୨ଘଣ୍ଟା ପରେ ତାର ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖି ନିଜ ଲୋକ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପାଣିରୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି | ଉକ୍ତ ଖବର ପାଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଛନ୍ତି |

Comments are closed.