Related Contents

ଝରଣାରୁ ଏକ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିତ୍ରକୋଣ୍ଡା(ବାବୁ ପୁରୋହିତ): ଚିତ୍ରକୋଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ବଡ଼ପଡା ପଂଚାୟତ ନିକଟସ୍ଥ ଏକ ଝରଣା ନିକଟରୁ ଏକ ବ୍ୟକ୍ତିର ମୃତଦେହ ମିଳିବାର ଦେଖିବାକୁ ମିଳିଛି ।

ଭୋର ସକାଳୁ ବଡ଼ପଡା ଗ୍ରାମର କିଛି ବ୍ୟକ୍ତି ଶୌଚ୍ କରିବାକୁ ନିକଟସ୍ଥ ଝରଣାକୁ ଯାଇଥିବା ସମୟରେ ଗୋଟିଏ ବ୍ୟକ୍ତି ଝରଣା କୁଳରେ ପଡ଼ି ଥିବାର ଦେଖି ପୋଲିସରେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ପରେ ଵ୍ୟକ୍ତି ଜଣଙ୍କ ପରିଚୟ ମିଳିଥିଲା | ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ମୁତା ଆମ୍ବ ଗ୍ରାମର ରଘୁନାଥ ଜାଲିଆ, ବୟସ ୪୬, ଵ୍ୟକ୍ତି ଜଣକର ଦୁଇ ପୁଅ ଓ ଦୁଇ ଝିଅ । ଗତ ରାତିରେ ବାହାଘର ଭୋଜି ଖାଇବାକୁ ବଡ଼ପଡା ଗ୍ରାମକୁ ଆସିଥିଲେ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଏହା ହତ୍ୟାକାଣ୍ଡ ବୋଲି ସଂଦେହ କରାଯାଉଛି । ପୋଲିସ ଶବ ଜବତ କରି ବ୍ୟବଛେଦ କରିବା ପାଇଁ ଚିତ୍ରକୋଣ୍ଡା ପଠାଇଛି । ଅନୁସନ୍ଧାନ ପରେ ସମସ୍ତ ତଥ୍ୟ ଜଣା ପଡ଼ିବ ବୋଲି ପୋଲିସ କହିଛି ।

Comments are closed.