ପ୍ରଦାନ ଏନଜିଓ ଦ୍ୱାରା ମହିଳା ମାନଙ୍କୁ ନେଇ ଚାଷୀ ଉତ୍ପାଦକ ସଂଘ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକର ତୁଷୁବା ପଞ୍ଚାୟତର ଗୋପାଳପୁଟ ଠାରେ ଏକ ମହିଳା ମାନଙ୍କୁ ନେଇ ଏକ ଚାଷ ଉତ୍ପାଦକ ସଂଘ ଗଠନ କରାଯାଇଛି ।

ଏହି ସଂଗଠନକୁ କୌଶଳ ବିକାଶର ତାଲିମ ପ୍ରଦାନ ଦ୍ଵାରା ସେମାନେ କିପରି ଆର୍ଥିକ ସ୍ଥିତି ସ୍ବଛଳ ହୋଇପାରିବ, ଅଧିକରୁ ଅଧିକ ଚାଷ କରିବା, ବୈଜ୍ଞାନିକ ପଦ୍ଧତିରେ ଚାଷ କରିବେ ଓ ଜୈବିକ ପଦ୍ଧତିର ବ୍ୟବହାର କରିବେ । ଏ ନେଇ ସଚେତନତା କରାଯାଇଥିଲା । ତୁଷୁବା ପଞ୍ଚାୟତର ଗୋପାଳପୁଟ, କମେଲ୍, ଖଡାପୁଟ, କରଞ୍ଜପୁଟର ଅନେକେ ମହିଳା ମାନେ ଉପସ୍ଥିତ ଥିଲେ । ଏଥିମଧ୍ୟରୁ ଏକ ୧୩ ଜଣିଆ କମିଟି ଗଠନ କରି ସେଥିରୁ ତିନି ଜଣଙ୍କୁ ସଭାନେତ୍ରୀ ସମ୍ପାଦକ ଓ କୋସାଧକ୍ଷ ପାଇଁ ମନୋନୀତ କରାଗଲା | ୫ଜଣଙ୍କୁ ଯୋଜନା ଓ ତଦାରଖ କମିଟି ଆଉ ୫ ଜଣଙ୍କୁ କ୍ରୟ ଓ ବିକ୍ରୟ କମିଟି ପାଇଁ ମନୋନୀତ କରାଗଲା । ଏହି କାର୍ଯ୍ୟକ୍ରମକୁ ଲମତାପୁଟ ପ୍ରଦାନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରଫେସନାଲ ରଶ୍ମିତା ସେଠି ଓ ଏଆଇଏସ୍ କୋଡିନେଟର ବିନାୟକ ପାଣିଗ୍ରାହୀ ସହଯୋଗ କରିବା ସହ ତାଲିମ୍ ପ୍ରଦାନ କରିଥିଲେ।

Comments are closed.