ନିମ୍ନମାନର ଉଠାଜଳସେଚନ କାମ, କେବେ ହେବ ଚାଷ

କଲ୍ୟାଣସିଙ୍ଗପୁର(ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟନପୁର ଗ୍ରାମପଞ୍ଚାୟତ ପଡେଇକାନି ଗ୍ରାମରେ କେବେ ସରିବ ଉଠାଜଳସେଚନ ପ୍ରକଳ୍ପର କାମ, କେବେହବ ଚାଷ ସେ ନେଇ ଗ୍ରାମବାସୀ ଚାହିଁ ବସିଛନ୍ତି |

ତାଙ୍କ ଅଭିଯୋଗ ଯେ ଆଜକୁ ଏକ ବର୍ଷ ଦୁଇ ମାସ ଅର୍ଥାତ ଗତ ୨୦୧୮ ଅପ୍ରେଲ ମାସ ଠାରୁ କାମ ଆରମ୍ଭ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି କାମ ଶେଷ ହେଲା ନାହିଁ | ଚାଷୀ କେବେ ଚାଷ କରିବ | ଅବଭନୀୟ ବର୍ଷାରେ ପୁଣି ସେଠାରେ ଦେଖିବାକୁ ମିଳୁଛି ନିମ୍ନମାନର କାମ | ଉଠାଜଳସେଚନ ପ୍ରକଳ୍ପ ଅଧିକାରୀ ଚୁପ ଥିବା ବେଳେ ଠିକାଦାରଙ୍କ ବାଜିମାତ ବୋଲି ଗ୍ରାମବାସୀ ଅଭିଯୋଗ ତିନି ପାଇପ ପଡିବା ବଦଳରେ ଯାହା ଇଚ୍ଛା ତାହା ପାଇପ ଉପେରେ ପୁତି ଚାଲିଛନ୍ତି | ପାଇପ ଲାଇନରେ ଚାଷ କରି ହେବ ନାହଁ, ଲଙ୍ଗଲ ଲାଗିବ ପାଇପ ଉପରେ ବୋଲି ଗ୍ରାମର ଲୋକମାନେ ପ୍ରକାଶ କରୁଛନ୍ତି ।

Comments are closed.